ଫସାଇଦେଲା କୁହୁଡି. ମଝି ସମୁଦ୍ରରେ ୩ଘଣ୍ଟା

ଫସାଇଦେଲା କୁହୁଡି. ମଝି ସମୁଦ୍ରରେ ୩ଘଣ୍ଟା

ଫସାଇଦେଲା କୁହୁଡି. ମଝି ସମୁଦ୍ରରେ ୩ଘଣ୍ଟା
ପଟ୍ଟାମୁଣ୍ଡାଇ – ମଝି ସମୁଦ୍ରରେ ଫସାଇଦେଲା କୁହୁଡି । ପ୍ରତି ମୁହୁର୍ତ୍ତରେ ମୃତ୍ୟୁର ସତର୍କ ଘଣ୍ଟି । ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ତାଳଚୁଆରୁ ଚାନ୍ଦବାଲି ଯାଉଥିବା ଲଞ୍ଚ୍ ଆଜି ସକାଳେ ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ସମୁଦ୍ରରେ ଫସି ରହିଲା। ପରେ ଦିନ ୯ଟା ପରେ କୁହୁଡ଼ି କମିବାରୁ ଲଞ୍ଚ୍ଟି ଚାନ୍ଦବାଲି ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଜଣାଯାଇଛି। ଆଜି ସକାଳ ୬ଟା ପୂର୍ବରୁ ତାଳଚୁଆରୁ ୩୦ ଯାତ୍ରୀଙ୍କୁ ନେଇ ଏକ ଲଞ୍ଚ୍ ଚାନ୍ଦବାଲି ଅଭିମୁଖେ ଯାତ୍ରା କରିଥିଲା। କିନ୍ତୁ ଅଧ ଘଣ୍ଟା ଯିବା ପରେ ଧାମରା ମୁହାଣ ନିକଟରେ ବାଟ ଜାଣି ନ ପାରି ଲଞ୍ଚ ଡ୍ରାଇଭର ସମୁଦ୍ର ମଧ୍ୟକୁ ପଶି ଯାଇଥିଲେ। କିଛି ବାଟ ଯିବା ପରେ ଏହା ଜାଣିପାରି ସେ ସେଠାରେ ଲଞ୍ଚ୍ଙ୍କୁ ଅଟକାଇ ରଖିଥିଲେ। ଉକ୍ତ ଲଞ୍ଚ୍ରେ ଛୋଟ ଛୁଆଙ୍କ ସମେତ ବୟସ୍କ ବ୍ୟକ୍ତି ଓ ମହିଳାମାନେ ମଧ୍ୟ ଫସି ରହିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କୁହୁଡ଼ି ମାତ୍ରା କମିବା ପରେ ଲଞ୍ଚ୍ଟି ଚାନ୍ଦବାଲି ଅଭିମୁଖେ ବାହାରିଥିବା ଜଣାଯାଇଛି।