ପରିବାରର ଅନୁମତି ପରେ ହିଁ ହୋଇପାରିବ ପ୍ରେମ ବିବାହ ! ସଙ୍କେତ ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ
ଅହମ୍ମଦାବାଦ: ଆପଣ ଅଧିକାଂଶ ସମୟରେ ଦେଖିଥିବେ ଯେ ପ୍ରେମ ବିବାହରେ ଉଭୟଙ୍କ ପରିବାରର ସହମତି ନଥାଏ | ସେଥିପାଇଁ ଅଧିକାଂଶ ପ୍ରେମିକ-ପ୍ରେମିକା ଘରୁ ପଳାଇ ଯାଇ ବିବାହ କରୁଛନ୍ତି | ତେବେ ବର୍ତ୍ତମାନ ପ୍ରେମ ବିବାହ ପାଇଁ ପରିବାରର ସହମତିକୁ ନେଇ ଗୁଜୁରାଟ ସରକାର ଆଇନ ଆଣିବା ନେଇ ସଂକେତ ଦେଇଛନ୍ତି | ବାସ୍ତବରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ କହିଛନ୍ତି ଯେ ପ୍ରେମ ବିବାହ ପାଇଁ ପିତାମାତାଙ୍କ ଅନୁମତି ବାଧ୍ୟତାମୂଳକ କରିବାର ବ୍ୟବସ୍ଥା ସାମ୍ବିଧାନିକ ସୀମା ମଧ୍ୟରେ କରାଯାଇପାରିବ କି ନାହିଁ ତାଙ୍କ ସରକାର ଅଧ୍ୟୟନ କରିବେ।
ପ୍ରେମ ବିବାହ ପାଇଁ ପିତାମାତାଙ୍କ ଅନୁମତି ବାଧ୍ୟତାମୂଳକ କରିବାକୁ ପଟିଦାର ସମ୍ପ୍ରଦାୟ ପକ୍ଷରୁ ଦାବି କରାଯାଉଥିବାବେଳେ ଏହାର ଉତ୍ତରରେ ପଟେଲ ଏହି ମନ୍ତବ୍ୟ ଦେଇଛନ୍ତି। ରବିବାର ଦିନ ମେହସାନା ଜିଲ୍ଲାର ପଟିଦାର ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ସର୍ଦ୍ଦାର ପଟେଲ ଗ୍ରୁପ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିବାହ ପାଇଁ ଝିଅମାନଙ୍କୁ ନେଇ ଚାଲିଯାଉଥିବା ଘଟଣା ବାବଦରେ ଅଧ୍ୟୟନ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ତାଙ୍କୁ ପରାମର୍ଶ ଦେଇଛନ୍ତି।




user1 