ରିଲାଏନ୍ସର ସୁଲଭ ଲାପ୍‌ଟପ୍‌ ଜିଓବୁକ୍

ରିଲାଏନ୍ସର ସୁଲଭ ଲାପ୍‌ଟପ୍‌ ଜିଓବୁକ୍

ଆଦିଲ୍ଲୀ: ମୁକେଶ ଅମ୍ବାନିଙ୍କ ସଂସ୍ଥା ରିଲାଏନ୍ସ ରିଟେଲ୍‌ ପକ୍ଷରୁ ନୂଆ ଲାପ୍‌ଟପ୍ ଜିଓବୁକ୍‌କୁ ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ୧୬,୪୯୯ ଟଙ୍କା ରହିଛି। ଏହା ଜିଓ ଓଏସ୍‌ ଅପରେଟିଂ ସିଷ୍ଟମ୍ ଦ୍ବାରା ପରିଚାଳିତ ହେଉଥିବା ବେଳେ ଏଥିରେ ୪ଜି-ଏଲ୍‌ଇଟି ସ‌ଂଯୋଗ ରହିଛି। ସବୁ ବୟସ ବର୍ଗର ଲୋକଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଲାପ୍‌ଟପ୍‌କୁ କଂପାନି ପ୍ରସ୍ତୁତ କରିଛି। ରିଲାଏନ୍ସ ଡିଜିଟାଲ୍ ଓ ଆମାଜନ୍‌ରୁ ଏହାକୁ କିଣିହେବ। ଏହାର ଓଜନ ହେଉଛି ମାତ୍ର ୯୯୦ ଗ୍ରାମ୍।

ସେଥିରେ ୧୧.୬ ଇଞ୍ଚ୍‌ ଡିସ୍‌ପ୍ଲେ, ଅକ୍ଟା କୋର୍ ପ୍ରୋସେସର ଓ ଆହୁରି ବହୁ ପ୍ରକାର ସୁବିଧା ରହିଛି। କିଛି ଦିନ ପୂର୍ବେ ଜିଓ ପକ୍ଷରୁ ସୁଲଭ ମୂଲ୍ୟର ୪ଜି ଫୋନ୍ ଜିଓ ଭାରତ ଫୋନ୍‌କୁ ଉନ୍ମୋଚନ କରାଯାଇଥିଲା ଯାହାର ମୂଲ୍ୟ ହେଉଛି ମାତ୍ର ୯୯୯ ଟଙ୍କା। କଂପାନି ପକ୍ଷରୁ ସେହି ଫୋନ୍‌ ପାଇଁ ସବୁଠୁ ସୁଲଭ ମୂଲ୍ୟର ୧୨୩ ଟଙ୍କିଆ ମାସିକ ପ୍ଲାନ୍ ଘୋଷଣା କରାଯାଇଥିଲା।