ପଦ ହରାଇଲେ ନେପାଳ ମୁଖ୍ୟ ବିଚାରପତି

ପଦ ହରାଇଲେ ନେପାଳ ମୁଖ୍ୟ ବିଚାରପତି

ପଦ ହରାଇଲେ ନେପାଳ ମୁଖ୍ୟ ବିଚାରପତି

କାଠମାଣ୍ଡୁ: ନେପାଳର ମୁଖ୍ୟ ବିଚାରପତି ଚୋଲେନ୍ଦ୍ର ଶ୍ୟାମଶର ଜେ ବି ରାଣା ତାଙ୍କର ପଦ ହରାଇଛନ୍ତି। ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବା ସଂସଦରେ ଏହା ପାରିତ ହୋଇଛି। ଏକ ତୃତୀୟାଶଂ ଭୋଟ ସହ ପ୍ରଧାନ ବିଚାରପତି ଶ୍ୟାମଶର ନିଜ ପଦ ହରାଇଛନ୍ତି। 

ସଂସଦ ସଚିବାଳୟର ମୁଖପାତ୍ର ରାଜନାଥ ପାଣ୍ଡେ କହିଛନ୍ତି ଯେ  ପ୍ରସ୍ତାବ ଆଗତ ହୋଇ ଭୋଟିଂ ମାଧ୍ୟମରେ ପାରିତ ହେବା ପରେ ତାଙ୍କୁ ପଦରୁ ନିଲମ୍ବନ କରାଯାଇଛି । ୨୦୧୯ ଜାନୁୟାରୀ ୨ ତାରିଖରେ ପ୍ରଧାନ ବିଚାରପତି ପଦ ଗ୍ରହଣ କରିଥିଲେ ରାଣା । ପରେ ତାଙ୍କ ବିରୋଧରେ ଏକାଧିକ ଥର ଦୁର୍ନୀତି ଅଭିଯୋଗ ଆସିବା ତାଙ୍କୁ ପଦରୁ ହଟାଇବା ପାଇଁ ଦାବି ଜୋର ଧରୁଥିଲା ।ରାଣାଙ୍କ ବିରୋଧରେ ଲୋକସଭାରେ ମହାଭିଯୋଗ ପ୍ରସ୍ତାବ ଆଗତ ହେବା ପରେ ଶାସକ ଦଳର ମୋଟ ୯୮ ଜଣ ସଦସ୍ୟ ଏହି ପ୍ରସ୍ତାବ ସପକ୍ଷରେ ଦସ୍ତଖତ କରିଥିଲେ । ମହାଭିଯୋଗ ପ୍ରସ୍ତାବ ପାରିତ ହେବା ପରେ ମୁଖ୍ୟ ବିଚାରପତି ପଦ ହରାଇବା ନେପାଳର ସାମ୍ବିଧାନିକ ବ୍ୟବସ୍ଥାର ଅନ୍ତର୍ଭୂକ୍ତ ।

ନେପାଳ ବାର ଆସୋସିଏସନ ଦ୍ୱାରା ପ୍ରଧାନ ବିଚାରପତିଙ୍କ ବିରୋଧରେ ତିନିମାସରୁ ଅଧିକ ସମୟ ଧରି ବିରୋଧ ଜାରି ରହିଥିଲା । ତେବେ ଗତ କିଛି ଦିନ ହେବ ତାଙ୍କୁ ପଦଚ୍ୟୁତ କରିବା ପାଇଁ ଅଭିଯାନ ତୀବ୍ର ହେବା ସହ ମହାଭିଯୋଗ ପ୍ରସ୍ତାବ ଆଣିବା ପ୍ରସ୍ତୁତି କରାଯାଇଥିଲା । ତେବେ ଆଜି ସଂସଦରେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ ହେବା ପରେ ସେ ପଦ ହରାଇଛନ୍ତି ।