ପିଏସ୍‌ଏଲ୍‌ଭି-ସି୫୨ର ସଫଳ ଉତ୍‌କ୍ଷେପଣ

ପିଏସ୍‌ଏଲ୍‌ଭି-ସି୫୨ର ସଫଳ ଉତ୍‌କ୍ଷେପଣ

ପିଏସ୍‌ଏଲ୍‌ଭି-ସି୫୨ର ସଫଳ ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଓ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ସୋମବାର ସକାଳ ୬ଟା ୧୭ରେ ପିଏସ୍‌ଏଲ୍‌ଭି-ସି୫୨ର ସଫଳ ଉତ୍କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରରୁ ପୋଲାର ସାଟେଲାଇଟ ଲଞ୍ଚ ଭେଇକିଲ-ସି୫୨ ଦ୍ବାରା ଏହି ଉପଗ୍ରହଗୁଡିକୁ ଉତକ୍ଷେପଣ କରାଯାଇଛି। ଇସ୍ରୋର ଚଳିତ ବର୍ଷ ଏହା ପ୍ରଥମ ମହାକାଶ ମିସନ। ଆକାଶରେ ଦେଶର ଆଖି  ପିଏସ୍‌ଏଲ୍‌ଭି-ସି୫୨।

ସକାଳ ଠିକ୍ ୬ଟା ୧୭ରେ ପୋଲାର ଅରବିଟ ୫୨୯ କିଲୋମିଟର ଉଚ୍ଚତାରେ ସୂର୍ୟ୍ୟର ଧ୍ରୁବ କକ୍ଷରେ  ପିଏସ୍‌ଏଲ୍‌ଭି-ସି୫୨ ରାଡାର ଇମେଜିଙ୍ଗ ସାଟେଲାଇଟ ଇଓଏସ-୦୪ ଓ ଅନ୍ୟ ଦୁଇଟି ଉପଗ୍ରହ ଉତକ୍ଷେପଣ ହୋଇଛି । ଦୁଇଟି ଉପଗ୍ରହ ମଧ୍ୟରେ ଗୋଟିଏ ହେଉଛି ଷ୍ଟୁଡେଣ୍ଟ ସାଟେଲାଇଟ (ଇନସ୍ପେୟାରସାଟ-୧) । ଏହାକୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସ୍ପେସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଆଇଆଇଏସଟି) ଦ୍ବାରା ପ୍ରସ୍ତୁତ କରାଯାଇଛି । ଅନ୍ୟଟି ହେଉଛି ଟେକ୍ନୋଲୋଜି ଡେମନଷ୍ଟ୍ରେଟର ସାଟେଲାଇଟ (ଆଇଏନଏସ-୨ଟିଡି) ଯାହାକୁ ଇସ୍ରୋ ନିର୍ମାଣ କରିଛି । ସେହିଭଳି ଇଓଏସ (ଆର୍ଥ ଅବଜର୍ଭେସନ ସାଟେଲାଇଟ)-୦୪ ହେଉଛି ଏକ ରାଡାର ଇମେଜିଂ ସାଟେଲାଇଟ । ସମସ୍ତ ପାଣିପାଗ ସ୍ଥିତିରେ ଏହା ଉଚ୍ଚମାନର ଫଟୋ ଉତ୍ତୋଳନ କରିପାରିବ । କୃଷି, ଜଙ୍ଗଲ ଓ ବୃକ୍ଷରୋପଣ, ମୃତ୍ତିକା ଓ ବନ୍ୟା ଆଦି କ୍ଷେତ୍ରରେ ଏହାକୁ ବ୍ୟବହାର କରାଯିବ । ଏହାର ଓଜନ ୧୭୧୦ କିଲୋଗ୍ରାମ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।