ପଞ୍ଚଭୂତରେ ଲୀନ ହେଲେ ମିହିର
ପଞ୍ଚଭୂତରେ ଲୀନ ହେଲେ ମିହିର
କଟକ: ପଞ୍ଚଭୂତରେ ଲୀନ ହେଲେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ମଉଡ଼ମଣି ମିହିର ଦାସ। କଟକର ସତିଚଉରା ଶ୍ମଶାନରେ ହେବ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ୟ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ମିହିରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର୍ ଦିଆଯାଇଛି। ପୁଅ ଅମ୍ଳାନ ମୁଖାଗ୍ନି ଦେଇଛନ୍ତି। ବର୍ଷା ସତ୍ତ୍ବେ ଶହ ଶହ ଲୋକ ଓ ଶୁଭେଚ୍ଛୁ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ।
ମିହିର ଦାସଙ୍କ ବିୟୋଗରେ କେବଳ ରାଜ୍ୟରୁ ନୁହେଁ ଦେଶରୁ ବି ଛୁଟିଛି ଶୋକ ବାର୍ତ୍ତା। ମିହିରଙ୍କ ଅବର୍ତ୍ତମାନରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦି । ମିହିର ଦାସ ତାଙ୍କ କ୍ୟାରିୟରରେ ଅଭିନୟରେ ଅନେକଙ୍କ ହୃଦୟ ଜିତିଛନ୍ତି । ତାଙ୍କ ବିୟୋଗରେ କଳା କ୍ଷେତ୍ରରେ ଏକ ଅପୁରଣିୟ କ୍ଷତି ହୋଇଛି । ତାଙ୍କର ଅମର ଆତ୍ମାର ସଦଗତି ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥନା କରିଛନ୍ତି ।
ସୂଚନାଯୋଗ୍ୟ, ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ମିହିରଙ୍କ ବିୟୋଗରେ ଓଲିଉଡ ମୁରବୀବିହୀନ ହୋଇ ଯାଇଥିବା କହିଛନ୍ତି ବହୁ କଳାକାର।
ଏଇ ଆମ ସଂସାର, କନ୍ୟାଦାନ, ଆକାଶର ଆଖି, ହିସାବ କରିବ କାଳିଆ, କି ହେବ ଶୁଆ ପୋଷିଲେ, ଭାଗ୍ୟ ହାତେ ଡୋରି, ସୁହାଗ ସିନ୍ଦୂର, ଗଙ୍ଗା ଯମୁନା, ସହର ଜଳୁଚି, ସମୟ ଖେଳୁଛି ଚକା ଭଉଁରୀ, ଭୋଳାଶଙ୍କର, ସିଂହବାହିନୀ ପ୍ରମୁଖ ଶତାଧିକ ସିନେମାରେ ନିଜ ଅଭିନୟର ଛାପ ଛାଡ଼ି ଯାଇଛନ୍ତି ମିହିର।




admin 