ପେଚା ମୂର୍ତି ରଖିବା ଶୁଭଦାୟକ
ଜ୍ୟୋତିଷ ଶସ୍ତ୍ରକୁ ଅନେକ ବିଶ୍ୱାସ କରିଥାନ୍ତି । ଏହି ଶାସ୍ତ୍ର ଅନୁଯାୟୀ ଅନେକ କଥା ରହିଛି । ଯାହାକୁ ବିଶ୍ୱାସ କରିବା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ହିନ୍ଦୁ ଧର୍ମରେ ପେଚାକୁ ମା'ଲକ୍ଷ୍ମୀଙ୍କ ବାହନ ଭାବେ ଗ୍ରହଣ କରାଯାଏ । ଅନ୍ୟପଟରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଘରେ ପେଚା ମୂର୍ତି ରଖିବା ଶୁଭ ବୋଲି ବିବେଚନା କରାଯାଏ ।
ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ଘରେ ପେଚା ମୂର୍ତି ରଖିବା ଦ୍ୱାରା ବାସ୍ତୁଦୋଷ ଦୂର ହୁଏ ।
ବାସ୍ତୁ ଶାସ୍ତ୍ର ଅନୁସାରେ, ପେଚା ମୂର୍ତିକୁ ଉତର-ପଶ୍ଚିମ ଦିଗରେ ରଖିବା ଶୁଭ । ଏହାକୁ ମୁଖ୍ୟ ଘର ଏବଂ ମୁଖ୍ୟ ଦ୍ୱାରରେ ରଖିବା ଉଚିତ । ଏହା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୁଏ ।
- ଏହାକୁ ଘର ସହ ଅଫିସ୍ରେ ମଧ୍ୟ ରଖିପାରିବେ । ଏହା ଦ୍ୱାରା ଜୀବନରେ ସକରାତ୍ମକ ଶକ୍ତି ସଂଚାର ହୁଏ ।
- ହିନ୍ଦୁ ଶାସ୍ତ୍ର ଅନୁସାରେ, ଶୁକ୍ରବାର ମା' ଲକ୍ଷ୍ମୀଙ୍କୁ ସମର୍ପିତ । ଏଣୁ ଶୁକ୍ରବାର ଦିନ ଘରେ ଏହାକୁ ରଖିବା ଶୁଭଦାୟକ । ତେବେ ମୂର୍ତିକୁ ଗଙ୍ଗାଜଳରେ ପରିଷ୍କାର କରି ଘରେ ସ୍ଥାପିତ କରନ୍ତୁ ।




admin 