ବିବାହରେ ନିଆରା ପ୍ରଥା ଓ ପରମ୍ପରା
- ଜର୍ମାନୀରେ ବର-କନ୍ୟା କାଠର ଏକ ଗଣ୍ଡିକୁ କରତ ସାହାଯ୍ୟରେ କାଟିବାକୁ ଚେଷ୍ଟା କରନ୍ତି । ଅଳ୍ପ ସମୟରେ ସେମାନେ ଏହି କାମ କରିପାରିଲେ ତାହା ଶୁଭ ବୋଲି ମନେ କରାଯାଏ ।
- ରୋମାନିଆରେ ବିବାହ ପୂର୍ବରୁ କନ୍ୟାଙ୍କୁ ଲୁଚାଇ ରଖାଯାଏ । ବରକୁ ଧାର୍ଯ୍ୟ ସମୟ ମଧ୍ୟରେ କନ୍ୟାଙ୍କୁ ଖୋଜିବାର ଦାୟିତ୍ୱ ଦିଆଯାଇଥାଏ ।
- ସାଉଦିଆରବରେ ବିବାହ ପୂର୍ବରୁ ଉଭୟ ବର-କନ୍ୟା ଘରେ ମେହେନ୍ଦୀ ପର୍ବ ପାଳିତ ହୋଇଥାଏ ।
- ଚୀନର ଦୁଇଜା ସମ୍ପ୍ରଦାୟରେ ବିବାହର ମାସେ ପୂର୍ବରୁ କନ୍ୟା ଓ ସାଙ୍ଗସାଥୀ କାନ୍ଦିବାର ଅଭ୍ୟାସ କରନ୍ତି ।
- ଫିଲିପାଇନ୍ସରେ ବିବାହ ସମ୍ପନ୍ନ ହେବା ପରେ ଉଭୟ ବର-ବଧୂ ଦୁଇଟି ଧଳା ପାରାକୁ ପିଞ୍ଜରାରୁ ମୁକ୍ତ କରି ଅନ୍ୟମାନଙ୍କ ଆଶୀର୍ବାଦ ଲୋଡ଼ିଥାନ୍ତି ।
- ସୁଦାନର ନିର୍ ଜନଜାତିରେ ବର ପକ୍ଷ ଲୋକେ କନ୍ୟା ପକ୍ଷକୁ ୨୦ରୁ୪୦ଟି ଗାଈ ଦେବା ପରେ ହିଁ ବିବାହ ସ୍ଥିର ହୋଇଥାଏ ।




admin 