ନିଦ ପାଇଁ ସ୍ଳିପ ଡିଭୋର୍ସ

ନିଦ ପାଇଁ ସ୍ଳିପ ଡିଭୋର୍ସ

ଆଜିକାଲି ପ୍ରତି ପରିବାରରେ ପତି- ପତ୍ନୀ ଉଭୟ କର୍ମଜୀବୀ । ଏବେ ଭଲ ନିଦ ପାଇଁ ପତି- ପତ୍ନୀ ବେଳେବେଳେ ଅଲଗା କକ୍ଷରେ, ଅଲଗା ବିଛଣାରେ ଏବଂ ଭିନ୍ନ ଭିନ୍ନ ସମୟରେ ଶୋଇବାର ଚଳଣି ବଢ଼ିଛି । ଆଧୁନିକ ଭାଷାରେ ଏହାକୁ ନିଦ ବିଚ୍ଛେଦ ବା ‘ସ୍ଳିପ୍‌ ଡିଭୋର୍ସ' କୁହାଯାଉଥିବା ବେଳେ ଏହା ଦାମ୍ପତ୍ୟକୁ ସୁଖଦ କରିବା ପାଇଁ ସହାୟକ ହେଉଛି ।

ଭାରତରେ ୫୫% ଲୋକ ରାତି ୧୧ଟା ପରେ ଶୋଇବାକୁ ଯାଉଥିବାବେଳେ ୯୩% ଲୋକଙ୍କ ନିଦ ସମ୍ପୂର୍ଣ୍ଣ ହୋଇପାରୁ ନଥିବା ଜଣାଯାଇଛି । ତେଣୁ ନିଦ ବିଚ୍ଛେଦ ଦ୍ୱାରା ଜଣେ ସୁସ୍ଥ ଏବଂ ଶାନ୍ତିର ନିଦ ପାଇପାରିବେ । 

ଭଲ ନିଦ ପତି ବା ପତ୍ନୀଙ୍କ ସୃଜନଶୀଳତା ତଥା କାର୍ଯ୍ୟକ୍ଷମତା ପାଇଁ ଜରୁରୀ । ନିଦ ବିଚ୍ଛେଦ ସେହି ଦମ୍ପତିଙ୍କ ପାଇଁ ବରଦାନ ହୋଇଥାଏ ।