ନଖ ଯନ୍ତ୍ର

ନଖ ଯନ୍ତ୍ର

ନଖ ଯନ୍ତ୍ର

ଭୁବନେଶ୍ୱର: ଘରେଘରେ ନଖକଟା ଯନ୍ତ୍ର ନିଶ୍ଚୟ ଥିବ । ଆଜିକାଲି ନଖ ଯତ୍ନ କେବଳ ଏଇ ନଖକଟାରେ ସୀମିତ ନୁହେଁ । ନଖ ପାଇଁ ବିଭିନ୍ନ ପ୍ରକାରରର ଯନ୍ତ୍ର ବଜାରରେ ମିଳୁଛି । ପାର୍ଲରରେ ଏଇ ସବୁ ଜିନିଷ ରହେ, ଏବେ କିନ୍ତୁ ଯୁବତୀ, ମହିଳାମାନେ ଘରେ ନିଜର ସ୍ୱତନ୍ତ୍ର ନଖ ସାଜସଜ୍ଜା ସାମଗ୍ରୀମାନ ରଖୁଛନ୍ତି । ନଖରୁ ସବୁ ପ୍ରକାର ଅପରିଷ୍କାର, ମଇଳା ଦୂର କରିବା ପାଇଁ ଏକ ପ୍ରକାର ‘ନେଲ ୟୁଭି ଲାଇଟ୍’ ଯନ୍ତ୍ରଟେ ମିଳୁଛି । ବିଦୁ୍ୟତ୍ ସରବରାହ ଯୋଗେ ଚାଲୁଥିବା ଯନ୍ତ୍ରଟି ଆକାରରେ ସେତେ ବଡ଼ ନୁହେଁ । ନଖକୁ ଏହି ବତୀତଳେ ରଖିବାର ୧-୨ ମିନିଟ୍ ଭିତରେ ସବୁ ମଇଳା ଦୂରେଇଯାଏ । ସୌନ୍ଦର୍ଯ୍ୟ ପ୍ରେମୀ ଯୁବତୀମାନେ ଏହି ନଖ ଯନ୍ତ୍ରଟିକୁ ଘରେ ରଖିବାକୁ ପସନ୍ଦ କରୁଛନ୍ତି । ଏହାର ଦାମ୍ ୩୦୦ ଟଙ୍କାରୁ ଆରମ୍ଭ ।