ଧନୀ ବ୍ୟକ୍ତିଙ୍କ ପାଖରେ ଥାଏ ଏହି ସବୁ ଲକ୍ଷଣ, ଜାଣନ୍ତୁ କଣ କଣ

ଧନୀ ବ୍ୟକ୍ତିଙ୍କ ପାଖରେ ଥାଏ ଏହି ସବୁ ଲକ୍ଷଣ, ଜାଣନ୍ତୁ କଣ କଣ

ଧନୀ ବ୍ୟକ୍ତିଙ୍କ ପାଖରେ ଥାଏ ଏହି ସବୁ ଲକ୍ଷଣ, ଜାଣନ୍ତୁ କଣ କଣ

 ଗ୍ରୀକ୍ ଦାର୍ଶନିକ ଏପିକ୍ଟେଟସଙ୍କ ମତରେ ଆପଣଙ୍କ ନିକଟରେ କେତେ ଅର୍ଥ ରହିଛି ଏହା ଆପଣଙ୍କୁ ଧନୀ ପ୍ରମାଣିତ କରିନଥାଏ ଆପଣ କେତେ କମ ଚାହୁଁଛନ୍ତି ଏହା ଆପଣଙ୍କୁ ବିଦ୍ୱାନ ଭାବରେ ପ୍ରମାଣିତ କରିଥାଏ । ତେବେ ସାଧାରଣ ଜୀବନରେ ସମସ୍ତେ କେବଳ ଧନୀ ହେବାକୁ ଚାହିଁଥାନ୍ତି । ଧନୀ ହେବା ଏବଂ ସଫଳ ହେବା ଦୁଇଟି ଭିନ୍ନି ଜିନିଷ । ତେବେ ଏହା ମଧ୍ୟ ସ୍ୱୀକାର କରିବାକୁ ପଡିବ କି କିଛି କ୍ଷେତ୍ରରେ ଆପଣଙ୍କ ନିକଟରେ ରହିଥିବା ଅର୍ଥରୁ ଆପଣଙ୍କ ସଫଳତା ନିର୍ଦ୍ଧାରିତ ହୋଇଥାଏ ।

ତେବେ ଆପଣ ଧନୀ ହେବା ପାଇଁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ କି? ବିଜ୍ଞାନ ଅନୁଯାୟୀ ଆପଣ କଣ କରୁଛନ୍ତି ତା ଅପେକ୍ଷା ଭିତରୁ ଆପଣ କେଉଁ ପ୍ରକାରର ଏଥିରୁ ଆପଣଙ୍କ ସଫଳତା ନିର୍ଦ୍ଧାରଣ କରାଯାଇଥାଏ । ମନସ୍ତତ୍ୱକୁ ନେଇ ବ୍ରିଟିଶ ଜର୍ଣ୍ଣାଲରେ ପ୍ରକାଶିତ ନିବନ୍ଧ ରିଚ୍ ପିପୁଲ୍ ଆର ଡିଫରେଣ୍ଟରେ ଏହା ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ଧନୀ ହେଉଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ସାଧାରଣତଃ ଅନ୍ୟ ମାନଙ୍କ ନିକଟରୁ ଅଲଗା ହୋଇଥାଏ ।

୧. ଆତ୍ମବିଶ୍ୱାସୀ: ଧନୀ ହେଉଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱରେ ଆତ୍ମବିଶ୍ୱାସର ଝଲକ ଦେଖିବାକୁ ମିଳିଥାଏ । ଏକାକୀ କେହି ସଫଳ ହାସଲ କରିବାରେ ସଫଳ ହୋଇନଥାନ୍ତି । ଏହି ଧରଣର ବ୍ୟକ୍ତି ମାନଙ୍କ ନିକଟରେ ଅନ୍ୟମାନଙ୍କ ସହିତ ଜଡିତ ରହିବାର ଅନନ୍ୟ କଳା ଦେଖିବାକୁ ମିଳିଥାଏ । ଅନ୍ୟମାନଙ୍କ ସହିତ ସହଜରେ ମିଶି ପାରୁଥିବା ଏହି ବ୍ୟକ୍ତି ମାନେ ସହଜରେ ଅନ୍ୟଙ୍କୁ ମୋଟିଭେଟ୍ କରିବାର କଳା ରଖନ୍ତି । (ଉଲ୍ଲେଖଯୋଗ୍ୟ ଯେ, ଏକୁଟିଆ ରହୁଥିବା ବ୍ୟକ୍ତି ମାନେ ମଧ୍ୟ ସମାନ ସଫଳତା ହାସଲ କରିପାରନ୍ତି) 

୨. ନିଷ୍ପତ୍ତି ନେବାର ଦକ୍ଷତା: ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେବାର ଦକ୍ଷତା ଏହି ବ୍ୟକ୍ତିଙ୍କ ନିକଟରେ ଦେଖିବାକୁ ମିଳିଥାଏ । ଏମାନେ ସମୟୋଚିତ ନିଷ୍ପତ୍ତି ନେବା ସହିତ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଥାନ୍ତି । ଏହି ଧରଣର ବ୍ୟକ୍ତି ମାନେ ସାଧାରଣତଃ ଗୋଟିଏ ଜିନିଷରେ ନିଜର ଧ୍ୟାନ କେନ୍ଦ୍ରିତ କରିବାରେ ସଫଳ ମଧ୍ୟ ହୋଇଥାନ୍ତି ।

୩. ମାନସିକ ଦୃଢତା: ଧନୀ ଲୋକ ମାନେ ମାନସିକ ଭାବରେ ଅତ୍ୟନ୍ତ ଦୃଢ ରହିଥାନ୍ତି । ମନୋଭାବ ଦ୍ୱାରା ପ୍ରଭାବିତ ହୋଇ ଏମାନେ କୌଣସି ନିଷ୍ପତ୍ତି ନେଇନଥାନ୍ତି ଯାହା ଦୀର୍ଘସୂତ୍ରରେ ସଫଳତା ପ୍ରଦାନ କରିଥାଏ ।

୪. ମନସ୍ତାପରୁ ଦୂରେଇ ରୁହନ୍ତି: ଧନୀ ଲୋକମାନେ ମନସ୍ତାପରୁ ଦୂରେଇ ରୁହନ୍ତି । କୌଣସି ବି ପରସ୍ଥିତିରେ ଏମାନେ ଅଧିକ ପ୍ରତିକ୍ରିୟାଶୀଳ ହୋଇ ନଥାନ୍ତି । ଭୟ, ଚିନ୍ତା, ଖୁସି ପରି ପରସ୍ଥିତିରେ ଏମାନେ ସମାନ ଭାବରେ ବ୍ୟବହାର କରିଥାନ୍ତି । ଏପରି ବ୍ୟବହାର ଦ୍ୱାରା ନକରାତ୍ମକ ଶକ୍ତିରୁ ଦୂରେଇ ରହିବା ସହିତ ସଫଳ ହୋଇଥାନ୍ତି ।

୫. ନିଜକୁ ଦିଅନ୍ତି ପ୍ରାଧାନ୍ୟ: ଧନୀ ହେଉଥିବା ବ୍ୟକ୍ତି ମାନେ ସର୍ବଦା ନିଜକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । ସଫଳ ହେବା ପାଇଁ ଏମାନେ ନିଜଠାରୁ ଆଶା ରଖନ୍ତି । ତେବେ ଏହି ଧରଣର ବ୍ୟକ୍ତି ମାନେ ଅନ୍ୟମାନଙ୍କୁ ସଫଳତାର ଶ୍ରେୟ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ ।