ଦେଶର କୋଭିଡ ଚିକିତ୍ସାରେ ମାନବୀୟ ପରୀକ୍ଷଣ କରିବ ଭେଷଜ କମ୍ପାନୀ ଜାଇଡସ କାଡ଼ିଲା
ଦେଶର କୋଭିଡ ଚିକିତ୍ସାରେ ମାନବୀୟ ପରୀକ୍ଷଣ କରିବ ଭେଷଜ କମ୍ପାନୀ ଜାଇଡସ କାଡ଼ିଲା
admin
May 28, 2021 - 05:22
Updated: May 28, 2021 - 05:22
ନୂଆଦିଲ୍ଲୀ: ଭେଷଜ କମ୍ପାନୀ ଜାଇଡସ କାଡ଼ିଲା ଦ୍ୱାରା ପ୍ରସ୍ତୁତ ଏକ ଆଣ୍ଟିବଡ଼ି ମିଶ୍ରଣକୁ ମଧ୍ୟମ ଧରଣର କୋଭିଡ-୧୯ ପୀଡ଼ିତଙ୍କ ପାଇଁ ଉପଯୋଗ କରିବା ଲାଗି ଭାରତରେ ଆବଶ୍ୟକ ନୈଦାନିକ ପରୀକ୍ଷଣ ଚଳାଇବାକୁ କମ୍ପାନୀ ପକ୍ଷରୁ ଆବେଦନ କରାଯାଇଛି । ଦେଶର ସମ୍ପ୍ରତି କୋଭିଡ ଟିକାର ଘୋର ଅଭାବ ଲାଗି ରହିଥିବାରୁ ଦେଶବାସୀ ମହାମାରୀ କୋଭିଡ-୧୯ ଦ୍ୱିତୀୟ ଲହରର ଅଧିକ କ୍ଷୀପ୍ର ସଂକ୍ରମଣ ସହ ଯୁଝି ହୋଉଥିବା ବେଳେ ଜାଇଡସ କାଡ଼ିଲାର ଏହି ଉଦ୍ୟମ ବେଶ ସମୟୋଜିତ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ପଶୁଙ୍କ ଠାରେ ଉକ୍ତି ଜେଡଆରସି-୩୩୦୮ ନାମକ ଆଣ୍ଟିବଡ଼ିର ପରୀକ୍ଷଣ ଫୁସଫୁସ କ୍ଷତିରେ ସୁଧାର ଆଣିଥିବା ଜଣଈାଯାଇଛି । ଏହା ଆଶାନୁରୂପ ସହନଶୀଳ ଓ ନିରାପଦ ମଧ୍ୟ ପ୍ରମାଣିତ ହୋଇସାରିଛି । ତେବେ ନୈଦାନିକ ପରୀକ୍ଷଣରେ ଏହା ସଫଳ ହେଲେ ସାମ୍ପ୍ରତିକ ପରିସ୍ଥିତିରେ ଏହା କୋଭିଡ-୧୯ ବିରୋଧରେ ଅନ୍ୟତମ ଉପାଦେୟ ଉପଚାର ହେବ ବୋଲି ଆଶା କରାଯାଉଛି ।