ଦିଲ୍ଲୀ,ମୁମ୍ବାଇରେ ନାଇଟ୍ କର୍ଫୁ୍ୟ

ଦିଲ୍ଲୀ,ମୁମ୍ବାଇରେ ନାଇଟ୍ କର୍ଫୁ୍ୟ

ଦିଲ୍ଲୀ,ମୁମ୍ବାଇରେ ନାଇଟ୍ କର୍ଫୁ୍ୟ
ନୂଆଦିଲ୍ଲୀ:ଆଜି ହେଉଛି ୨୦୨୦ର ଶେଷ ଦିନ । ଆସନ୍ତାକାଲି ନୂତନ ବର୍ଷ । ନୂଆବର୍ଷକୁ ସ୍ୱାଗତ ପାଇଁ ଆଜି ରାତିରେ ଜିରୋ ନାଇଟ୍ ସେଲିବ୍ରେସନକୁ ଲାଗିଲା ରୋକ୍ । ଦିଲ୍ଲୀ ଓ ମୁମ୍ବାଇରେ ନୂଆବର୍ଷ ପୂର୍ବରୁ ନାଇଟ୍ କର୍ଫୁ୍ୟ ଲାଗିଲା । ମୁମ୍ବାଇରେ ଆଜି ରାତି ୧୧ଟାରୁ କାଲି ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫୁ୍ୟ ରହିବ । ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ରୋକିବାକୁ ୧୪୪ ଧାରା ଲାଗିବ । ରେଷ୍ଟୁରାଟଂ, ପବ୍, ବାର୍, ବିଚ୍, ରୁଫଟପ୍, ବୋଟ ମନା କରାଯାଇଛି । ଡୋନ୍ ଜରିଆରେ ନଜର ରଖାଯିବ ବୋଲି ମୁମ୍ବାଇ ପୋଲିସ କହିଛି । ଦିଲ୍ଲୀରେ ମଧ୍ୟ ଆଜି ରାତି ୧୧ଟାରୁ କାଲି ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫୁ୍ୟ ରହିବ । ଜାନୁଆରୀ ୧,୨ ତାରିଖରେ ମଧ୍ୟ ନାଇଟ୍ କର୍ଫୁ୍ୟ ଲାଗିବ । ସୂଚନାଯୋଗ୍ୟଯେ, ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେବି ବ୍ରିଟେନର ନୂଆ ଷ୍ଟ୍ରେନ ଚିନ୍ତା ବଢ଼ାଇ ଦେଇଛି । ତେବେ ଆଶ୍ୱାସନାର ବିଷୟ ହେଉଛି, କେତେକ କରୋନା ଟୀକାକୁ ଅନୁମତି ମିଳିସାରିଛି । ଭାରତରେ ଟୀକାକରଣ ପାଇଁ ପ୍ରସ୍ତୁତି ବି ଆପାତତଃ ଶେଷ ପର୍ଯ୍ୟାୟରେ ପହଁଚିଛି । ତଥାପିବି କେନ୍ଦ୍ର ଓ ରାଜ୍ୟ ସରକାରମାନେ କଠୋର କଟକଣା ପାଇଁ ନିଷ୍ପତି ନେଇଛନ୍ତି ।