ଦିନ ୧୨ ଟାରେ ଗୁଜରାଟ ନିର୍ବାଚନ ତାରିଖ ଘୋଷଣା

ଦିନ ୧୨ ଟାରେ ଗୁଜରାଟ ନିର୍ବାଚନ ତାରିଖ ଘୋଷଣା

ଦିନ ୧୨ ଟାରେ ଗୁଜରାଟ ନିର୍ବାଚନ ତାରିଖ ଘୋଷଣା


ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ପାଇଁ ସବୁ ରାଜନୀତିକ ଦଳମାନଙ୍କ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ। ସେପଟେ ନିର୍ବାଚନ ଆୟୋଗ ମଧ୍ୟ ସଙ୍କେତ ଦେଇଛନ୍ତି ଯେ ଦୁଇ ପର୍ୟ୍ୟାୟରେ ମତଦାନ କରାଯିବ। କୁହାଯାଉଛି ଯେ ଆଜି ଦିନ ୧୨ ଟାରେ ନିର୍ବାଚନ ଆୟୋଗ ସାମ୍ବାଦିକ ସମ୍ମିଳନୀରେ ହେବ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ନଭେମ୍ବରର ଶେଷ ସପ୍ତାହ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ଭୋଟିଂ ହୋଇପାରେ। ନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯିବ।

ଗୁଜରାଟରେ ସବୁ ୧୮୩ ବିଧାନସଭା ସିଟ୍‌ରେ ନିର୍ବାଚନ ହେବ। ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୯୯ ସିଟ୍‌ରେ ଜିତିଥିଲା ଏବଂ କଂଗ୍ରେସ ୭୭ ସିଟ୍‌ରେ ଜିତିଥିଲା। ତେବେ ଏହାରି ମଧ୍ୟରେ ଆମ୍‌ ଆଦମୀ ପାର୍ଟୀ ଏହାର ୨୨ ଆଶାୟୀଙ୍କ ଏକ ସୂଚନା ଜାରି କରିଛି। ଅବଶ୍ୟ ବିଜେପି ଏବଂ କଂଗ୍ରେସ ମଧ୍ୟ ଏପର୍ୟ୍ୟନ୍ତ ନିର୍ବାଚନ ଆଶାୟୀଙ୍କୁ ଘୋଷଣା କରିନାହାଁନ୍ତି ।