ଦରକାର ପଡ଼ିଲେ ‘ଓମିକ୍ରନ’ ପାଇଁ ସ୍ୱତନ୍ତ୍ର ବୁଷ୍ଟର ଡୋଜ : ପୁନାୱାଲା

ଦରକାର ପଡ଼ିଲେ ‘ଓମିକ୍ରନ’ ପାଇଁ ସ୍ୱତନ୍ତ୍ର ବୁଷ୍ଟର ଡୋଜ : ପୁନାୱାଲା

ଦରକାର ପଡ଼ିଲେ ‘ଓମିକ୍ରନ’ ପାଇଁ ସ୍ୱତନ୍ତ୍ର ବୁଷ୍ଟର ଡୋଜ : ପୁନାୱାଲା

ନୂଆଦିଲ୍ଲୀ : କରୋନାର ନୂଆ ପ୍ରଜାତି ‘ଓମିକ୍ରନ’କୁ ଆଧାର କରି ବିଶେଷ ଭାବେ କୋଭିସିଲ୍ଡର ଏକ ନୂଆ ସଂସ୍କରଣ ଆସିବ । ଯଦି ଗବେଷଣା ଦ୍ୱାରା ଏହାର କିଛି ଆବଶ୍ୟକତା ଥିବା ଜଣାପଡେ଼ ତେବେ ଏ ସଂକ୍ରାନ୍ତରେ ବିଚାରବିମର୍ଶ କରାଯିବ ବୋଲି ସିରମ ଇନଷ୍ଟିଚୁ୍ୟଟ ମୁଖ୍ୟ ଆଦର ପୁନାୱାଲା କହିଛନ୍ତି । ଓମିକ୍ରନ ପାଇଁ ଅଧିକ ଗବେଷଣା ଜାରି ରହିଛି ଏବଂ ସବିଶେଷ ତଥ୍ୟ ଆସିବା ପରେ ଆଉ ୨ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ କିଛି ନିଷ୍ପତ୍ତି ନିଆଯିବ ବୋଲି ପୁନାୱାଲା କହିଛନ୍ତି । ଅକ୍ସଫୋର୍ଡରେ ବୈଜ୍ଞାନିକମାନେ ସେମାନଙ୍କ ଗବେଷଣା ଜାରି ରଖିଛନ୍ତି । ସେମାନଙ୍କ ଗବେଷଣାକୁ ଆଧାର କରି ଆମେ ଏକ ନୂଆ ଟିକା ପ୍ରସ୍ତୁତ କରିବୁ ଏବଂ ଏହା ୬ ମାସରେ ଏକ ବୁଷ୍ଟର ଭାମେ କାମ କରିବ ବୋଲି ପୁନାୱାଲା କହିଛନ୍ତି । ଓମିକ୍ରନ୍କୁ ନେଇ ବିଶେଷ ଭୟଭୀତ ନହୋଇ ସୁରକ୍ଷା ପଦକ୍ଷେପ ଉପରେ ଗୁରୁତ୍ୱ ଦେବାକୁ ପୁନାୱାଲା କହିଛନ୍ତି । ଲାନସେଟ ଅଧ୍ୟୟନରୁ ଜଣାପଡ଼ିଛି ଯେ କୋଭିସିଲ୍ଡର ଫଳପ୍ରଦତା ବହୁତ ଅଧିକ ରହୁଛି । ଏହା ହସ୍ପିଟାଲ ରହଣୀ ଏବଂ ମୃତୁ୍ୟ ସମ୍ଭାବନାକୁ କମାଇ ଦେଉଛି । ତେବେ ସମୟ ସହ କୋଭିସିଲ୍ଡର ଫଳପ୍ରଦତା କମିଯିବ ନାହିଁ । ଯଦି ବୁଷ୍ଟର ଡୋଜ ଆବଶ୍ୟକ ହୁଏ ତେବେ କମ୍ପାନି ନିକଟରେ ବହୁତ ଡୋଜ ରହିଛି ଏବଂ ଏହା ସମାନ ମୂଲ୍ୟରେ ଉପଲବ୍ଧ ହେବ ବୋଲି ପୁନାୱାଲା କହିଛନ୍ତି ।