ତେଲେଙ୍ଗାନା ହାଇଡ୍ରୋଇଲେକ୍ଟ୍ରିକ୍ କାରଖାନାରେ ଅଗ୍ନିକାଣ୍ଡ : ଫସି ରହିଛନ୍ତି ୯ କର୍ମଚାରୀ

ତେଲେଙ୍ଗାନା ହାଇଡ୍ରୋଇଲେକ୍ଟ୍ରିକ୍ କାରଖାନାରେ ଅଗ୍ନିକାଣ୍ଡ : ଫସି ରହିଛନ୍ତି ୯ କର୍ମଚାରୀ

ତେଲେଙ୍ଗାନା ହାଇଡ୍ରୋଇଲେକ୍ଟ୍ରିକ୍ କାରଖାନାରେ ଅଗ୍ନିକାଣ୍ଡ : ଫସି ରହିଛନ୍ତି ୯ କର୍ମଚାରୀ
ହାଇଦ୍ରାବାଦ : ତେଲେଙ୍ଗାନାରେ ରହିଥିବା ଏକ ହାଇଡ୍ରୋଇଲେକ୍ଟ୍ରିକ୍ କାରଖାନାରେ ଗତରାତିରେ ଅଗ୍ନିକାଣ୍ଡ ଘଟିବା ସହିତ ବ୍ୟାପକ କ୍ଷତି ଘଟିଛି । ଏହି ଅଗ୍ନିକାଣ୍ଡକୁ ଆୟତ କରାଯିବାକୁ ଚେଷ୍ଟା କରାଯାଉଥିବା ବେଳେ ଅଗ୍ନିକାଣ୍ଡରେ ୯ ଜଣ କର୍ମଚାରୀ ଫସି ରହିଥିବା ଜଣାପଡିଛି । ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସୀମାରେ ରହିଥିବା ହାଇଡ୍ରୋଇଲେକ୍ଟ୍ରିକ୍ କାରଖାନାରେ ନିଆଁ ଲାଗିବା ସମୟରେ ୧୯ ଜଣ ଲୋକ ଉପସ୍ଥିତ ଥିଲେ । ଅଗ୍ନିକାଣ୍ଡ ସମୟରେ ୧୦ ଜଣ ଲୋକ ଜୀବନ ବଞ୍ଚାଇ ପଳାଇ ଆସିଥିବା ବେଳେ ଅନ୍ୟ ୯ ଜଣ ଫସି ରହିଥିଲେ । ଫସି ରହିଥିବା ୯ ଜଣଙ୍କ ମଧ୍ୟରେ ଜଣେ ଡିଭିଜନ ଇଞ୍ଜିନିୟର, ୪ ଜଣ ସହକାରୀ ଇଞ୍ଜିନିୟର, ଦୁଇ ଜଣ ଅଫିସ କର୍ମଚାରୀ ଏବଂ ଅମର ରାଜା ବ୍ୟାଟେରୀର ଦୁଇ ଜଣ କର୍ମଚାରୀ ଉପସ୍ଥିତ ରହିଥିଲେ । ଏନଡିଆରଏଫ୍ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଶକ୍ତିମନ୍ତ୍ରୀ ଜଗଦୀଶ ରେଡ୍ଡୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।