ତୃତୀୟ NTPC ଜାତୀୟ ତୀରନ୍ଦାଜ ପ୍ରତିଯୋଗିତା 2024 ପୁରୀ

ତୃତୀୟ NTPC ଜାତୀୟ ତୀରନ୍ଦାଜ ପ୍ରତିଯୋଗିତା 2024 ପୁରୀ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ପରିସରରେ ଉଦଘାଟିତ ହୋଇଛି l ସିନିୟର, ଜୁନିୟର ଓ ସବ ଜୁନିୟର ବିଭାଗରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି । ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଦେଶର ପ୍ରତିଷ୍ଠିତ ତୀରନ୍ଦାଜ ମାନେ ଅଂଶଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରେ ତରୁଣଦୀପ ରାଏ ଅତନୁ ଦାସ, ବି.ଧୀରଜ,ଦୀପିକା କୁମାରୀ, ଭଜନ କୌର,ଅମନ ସାଇନି ଓ ଅଭିଷେକ ବର୍ମା ରହିଛନ୍ତି । ସୂଚନା ଯୋଗ୍ୟ ଯେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଫାଇନାଲ ସହ ୪ ଗୋଟି ଏନଆରଏଟିଏସ ଆୟୋଜିତ ହୋଇଥାଏ । ପ୍ରତିଷ୍ଠିତ ତୀରନ୍ଦାଜ ମାନେ ଏହା ମାଧ୍ୟମରେ ନିଜ ର୍ୟାଙ୍କିଙ୍ଗ ସୁଧାରିଥାନ୍ତି । ପ୍ରତ୍ୟେକ ବର୍ଗରେ ଦେଶର ଶୀର୍ଷ ୧୬ ରୟାଙ୍କିଙ୍ଗ ତୀରନ୍ଦାଜ ଅଂଶଗ୍ରହଣ କରିଥାନ୍ତି । କ୍ୱାଲିଫିକେଶନ କୋଟା ମାଧ୍ୟମରେ ୧୯୨ ପ୍ରତିଯୋଗୀ ପୁରୀର ଏହି ଟୁର୍ଣ୍ଣାମେଂଟରେ ସାମିଲ ହୋଇଥିବା ବେଳେ ସର୍ବମୋଟ ୩୭୬ ତୀରନ୍ଦାଜ ସାମିଲ ହୋଇଛନ୍ତି । ଏହା ମଧ୍ୟରୁ ଓଡିଶାର ୩୦ଜଣ ଏଥିରେ ସାମିଲ ଅଛନ୍ତି । ବିଭିନ୍ନ ବର୍ଗରେ କୃତିପ୍ରତିଯୋଗୀ ମାନଙ୍କୁ ଅର୍ଥ ପୁରସ୍କାର ପ୍ରଦାନ କରାଯିବ l