ଏଥର ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା 

ଏଥର ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା 

ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ହେବାକୁଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପ୍ରକାଶ ମିଶ୍ର ସମୀକ୍ଷା କରିଛନ୍ତି ।‌ ସେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ସୁଚାରୁରୂପେ କରାଯିବା ନେଇ ଓବିସିସି ଓ ଏଏସଆଇ ପକ୍ଷରୁ ନିଆଯାଇଥିବା ସ୍ବତନ୍ତ୍ର ପ୍ଲାନ୍ ସମ୍ପର୍କରେ ପଚାରି ବୁଝିବା ସହ ଏହାର କାର୍ଯ୍ୟ କାରିତା ସମ୍ପର୍କରେ ପଚାରି ବୁଝିଛନ୍ତି। ଶ୍ରଦ୍ଧାଳୁ ମାନେ ନାଟମଣ୍ଡପ ଦେଇ ପ୍ରବେଶ କରି ଶ୍ରୀଜିଉଙ୍କ ଦର୍ଶନ କରି ସୁବିଧାରେ ପ୍ରସ୍ଥାନ କରିପାରିବେ ସେନେଇ କରାଯାଇଥିବା ବ୍ୟବସ୍ଥାକୁ ଅନୁଧ୍ୟାନ କରାଛନ୍ତି। ଏହି ବ୍ୟବସ୍ଥା ଆଗାମୀ ଦିନରେ ଲାଗୁ କରାଯିବା ନେଇ ରହିଥିବା ବେଳେ ପରିଚାଳନା କମିଟି ର ଅନୁମୋଦନ ପରେ ଏହା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ପ୍ରକାଶ ମିଶ୍ର । ସେପଟେ ହୁଣ୍ଡି ସ୍ଥାନାନ୍ତର ପ୍ରକ୍ରିୟା ଏକ ନୀତିଗତ ନିଷ୍ପତି ହୋଇଥିବା ବେଳେ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ବୟସ୍କ, ଶିଶୁ, ମହିଳା ଓ ଭିନ୍ନକ୍ଷମ ମାନଙ୍କୁ ବିଶେଷ ଗୁରୁତ୍ବ ଦିଆଯାଉଛି ବୋଲି ମତ ରଖିଛନ୍ତି ।