ଡୋଡାରେ ବସ୍‌ ଦୁର୍ଘଟଣା, ୮ ମୃତ

ଡୋଡାରେ ବସ୍‌ ଦୁର୍ଘଟଣା, ୮ ମୃତ

ଡୋଡାରେ ବସ୍‌ ଦୁର୍ଘଟଣା, ୮ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀର ଡୋଡାରେ ଘଟିଛି ମର୍ମନ୍ତୁଦ ବସ୍ ଦୁର୍ଘଟଣା। ଜମ୍ମୁର ଠଥରୀ-ଡୋଡା ରାସ୍ତାର ଗ୍ୱାରୀ ନିକଟରେ ଏକ ଯାତ୍ରୀବାହୀ ମିନି ବସ୍ ଖାଇକୁ ଖସିପଡିବାରୁ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୧୨ରୁ ଅଧିକ ଆହତ ହୋଇଥିବା ସନ୍ଦେହ କରାଯାଇଛି।

ସୂଚନା ମୁତାବକ, ଏକ ମିନି ବସ୍ ଆଜି ସକାଳୁ ଭାରସାମ୍ୟ ହରାଇ ଡୋଡା ନିକଟ ଏକ ଖାଇକୁ ଖସି ପଡିଥିଲା। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏନେଇ ସୂଚନା ଦେଇଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ଏହି ଦୁର୍ଘଟଣା ଖବରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଦୁଇ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏଥିସହ ଆହତଙ୍କୁ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ମୋଦି।