ବିଜେପିର ପତିଆରା ବର୍ତ୍ତମାନ ସ୍ଥିତିରେ କମିବାର ନାହିଁ: ପ୍ରଶାନ୍ତ କିଶୋର

ବିଜେପିର ପତିଆରା ବର୍ତ୍ତମାନ ସ୍ଥିତିରେ କମିବାର ନାହିଁ: ପ୍ରଶାନ୍ତ କିଶୋର

ବିଜେପିର ପତିଆରା ବର୍ତ୍ତମାନ ସ୍ଥିତିରେ କମିବାର ନାହିଁ: ପ୍ରଶାନ୍ତ କିଶୋର

ପାଣାଜି: ଲୋକମାନେ ବିଭିନ୍ନ କାରଣରୁ ବର୍ତ୍ତମାନ ମୋଦି ସରକାର ଉପରେ ରାଗିଛନ୍ତି। ହେଲେ ଏହାର ଅର୍ଥ ନୁହେଁ ଆଗାମୀ ଦିନରେ ବିଜେପି ମୂଳପୋଛ ହୋଇଯିବ। ହୁଏତ ମୋଦି କ୍ଷମତାରେ ରହି ନପାରନ୍ତି କିନ୍ତୁ ବିଜେପିର ପତିଆରା ବର୍ତ୍ତମାନ ସ୍ଥିତିରେ କମିବ ନାହିଁ। ଏପରି ମତ ରଖିଛନ୍ତି ନିର୍ବାଚର୍ନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ନିକଟରେ ପଶ୍ଚିମ ବଙ୍ଗରେ ମମତା ବାନାର୍ଜୀଙ୍କ ବିଜୟର ମୁଖ୍ୟ ଭୂମିକା ରହିଥିବା ପ୍ରଶାନ୍ତ ବର୍ତ୍ତମାନ ଗୋଆରେ ଟିଏମ୍‌ସି ପାଇଁ ସର୍ଭେ କାମରେ ଅଛନ୍ତି। ଏହି ଅବସରରେ ସେ କଂଗ୍ରେସ ବିଭିନ୍ନ ଦୋଷ ଦୁର୍ବଳତାକୁ ଲୋକଲୋଚନକୁ ଆଣିଛନ୍ତି। 

କଂଗ୍ରେସ ଆଗକୁ ନ ବଢିବା ପଛର କାରଣକୁ ନେଇ ସେ ରାହୁଲ ଗାନ୍ଧୀଙ୍କ ଦୁର୍ବଳତାକୁ ସେ ଦାୟୀ କରିଛନ୍ତି।  ରାହୁଲ ଭ୍ରାନ୍ତ ଧାରଣାରେ ରହିଥିବାରୁ ଦେଶରେ ଆଗାମୀ କିଛି ଦିନ ଧରି ବିଜେପି ହିଁ ନେତୃତ୍ୱ ନେବ ବୋଲି ସେ କହିଛନ୍ତି। ତେଣୁ ସେ ଓ ଟିଏମସି ସମସ୍ତ ରାଜନୀତିକ ଦଳଙ୍କୁ ଏକାଠି କରି ବିଜେପି ବିରୋଧରେ ମହାମେଣ୍ଟ କରିବା କାହିଁ ଆଉ ଜଣାପଡୁନି।

 ଟିଏମସିକୁ ଆଗକୁ ବଢାଇବାକୁ ଯାଇ ସେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀ ଉପରେ ଜୋରଦାର ହମଲା କରିଛନ୍ତି। ପ୍ରଶାନ୍ତ କହିଛନ୍ତି ରାହୁଲ ଗାନ୍ଧୀ ଭ୍ରମରେ ଅଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ କ୍ଷମତା ଶେଷ ହେବା ପର୍ୟ୍ୟନ୍ତ କଂଗ୍ରେସର ସ୍ଥିତି ଖରାପ ରହିବ। ୨୦୧୪ରେ ବିଜେପିକୁ କ୍ଷମତାରେ ବସାଇବାରେ ପ୍ରଶାନ୍ତଙ୍କର ଏକ ଭୂମିକା ରହିଛି। ସେ ଯଦିଓ ବିଜେପିକୁ ଛାଡି ଅନ୍ୟାନ୍ୟ ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଛନ୍ତି। ଅନେକ ଜାଗାରେ ତାଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ସଫଳ ହୋଇଥିବା ବେଳେ ଆଉ କିଛି ନିଷ୍ପତ୍ତି ଫେଲ୍ ମାରିଛି। ହେଲେ ଏବେ ସେ ପୁଣି ଦୋହରାଇଛନ୍ତି କେନ୍ଦ୍ରରେ ବିଜେପି ହିଁ ଦଶନ୍ଧି ଧରି କ୍ଷମତାରେ ରହିବ।

ସେ ଉଦାହରଣ ଦେଇ କହିଛନ୍ତି ଏକଦା କଂଗ୍ରେସ ମଧ୍ୟ ଶକ୍ତିଶାଳୀ ଦଳ ଥିଲା। ସ୍ୱାଧୀନତା ପରେ ଦୀର୍ଘ ୪୦ ବର୍ଷ ଧରି କଂଗ୍ରେସ କ୍ଷମତାରେ ରହିଥିଲା। ଏବେ କିନ୍ତୁ ଦେଶରେ ବିଜେପି ପାଖରେ ୩୦ ପ୍ରତିଶତ ମୂଳ ଭୋଟ ରହିଛି।  କିନ୍ତୁ ରାହୁଲ ଗାନ୍ଧୀ ଭାବୁଛନ୍ତି ମୋଦି ଗଲା ପରେ ବିଜେପି ବି ମୂଳପୋଛ ହୋଇଯିବ। ଏପରି ଭାବିବା ରହୁଲଙ୍କ ଭ୍ରମ ବୋଲି ପ୍ରଶାନ୍ତ କହିଛନ୍ତି।

ମୋଦିଙ୍କୁ ବୁଝିବାକୁ ହେଲେ ତାଙ୍କର ଶକ୍ତିକୁ ପରୀକ୍ଷା ନିରୀକ୍ଷା କରିବାକୁ ହେବ। ହେଲେ ରାହୁଲ କେବଳ ଅପେକ୍ଷା କରିଛନ୍ତି ମୋଦି ଯେବେ କ୍ଷମତାରୁ ଯିବ କଂଗ୍ରେସ କ୍ଷମତାକୁ ଆସିବ। କିନ୍ତୁ ମୋଦିଙ୍କୁ କେମିତି କ୍ଷମତାରୁ ହଟାଯିବ ସେ ବାବଦରେ କେବେ ରାହୁଲ ବୁଝୁ ନାହାନ୍ତି। ଅନ୍ୟପଟେ ଲୋକେ ମଧ୍ୟ ମୋଦିଙ୍କ କ୍ଷମତାକୁ ତର୍ଜମା କରୁନାହାନ୍ତି। ଯାହାକି ମୋଦିଙ୍କ ଲୋକପ୍ରିୟତା ବଢିବା ପଛର କାରଣ ବୋଲି ସେ କହିଛନ୍ତି।

ତେବେ ଦେଶରେ କଂଗ୍ରେସର ଏପରି ସ୍ଥିତି ଦୁଇ ତୃତୀୟାଂଶ ଭୋଟରଙ୍କ ପାଇଁ ହୋଇଛି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ଏହି ଭୋଟ ଗୁଡିକ କଂଗ୍ରେସକୁ ନଯାଇ ଅନ୍ୟାନ୍ୟ ଦଳକୁ ଯାଇ ଭାଗ ହୋଇ ହୋଇଯାଇଛି। ଯାହାକି କଂଗ୍ରେସର ପତନ ହେବାର କାରଣ। ୬୫ ପ୍ରତିଶତ ଭୋଟ୍ ବ୍ୟାଙ୍କ ଖଣ୍ଡବିଖଣ୍ଡିତ ହେବା ପରେ କଂଗ୍ରେସ ଗୋଟିଏ ବଡ ସମର୍ଥନ ହରାଇଛି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।