ଟ୍ରୋଲ ହେଲେ ହାର୍ଦ୍ଦିକ ପଟେଲ

ଟ୍ରୋଲ ହେଲେ ହାର୍ଦ୍ଦିକ ପଟେଲ

ଟ୍ରୋଲ ହେଲେ ହାର୍ଦ୍ଦିକ ପଟେଲ

ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ିବା ପରେ ହାର୍ଦ୍ଦିକ ପଟେଲ ଏବେ ବିଜେପିରେ ମିଶିବେ ବୋଲି କୁହାଯାଉଛି । କଂଗ୍ରେସ ଛାଡ଼ିବା ପରେ ହାର୍ଦ୍ଧିକ ଆଜି କଂଗ୍ରେସ ବିରୋଧରେ ବର୍ଷିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, କଂଗ୍ରେସ ଦଳ କେବେ ବି ଲୋକଙ୍କ ପାଇଁ ଲଢେ଼ଇ କରିବାକୁ ଚାହେଁନି । ଏଠାରେ ନେତା କେବଳ ଏସି ରୁମରେ ବସି ଖାଇପିଇ ଆଲୋଚନା କରୁଛନ୍ତି । କଂଗ୍ରେସରେ ରହି ସେ ୩ ବର୍ଷ କାଳ ନଷ୍ଟ କରିଛନ୍ତି । କଂଗ୍ରେସ କେବଳ ବିରୋଧ କରୁଛି, ସବୁ ପ୍ରସଙ୍ଗରେ । ଏମିତିକି ରାମ ମନ୍ଦିର, ସିଏଏ ଭଳି ଭଲ ପଦକ୍ଷେପକୁ କଂଗ୍ରେସ ବିରୋଧ କରୁଛି । ଏଭଳି ଦଳରେ ରହି ଲୋକଙ୍କ ପାଇଁ କିଛି କରିହେବନି । ସେପଟେ ହାର୍ଦ୍ଦିକଙ୍କ ଏକ ପୁରୁଣା ଟ୍ୱିଟ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚାର ବିଷୟ ପାଲଟିଛି । ୨୦୨୦ ଗୁଜରାଟ ବିଧାନସଭା ଉପନିର୍ବାଚନ ସମୟର ଏହି ଟ୍ୱିଟରେ ହାର୍ଦ୍ଦିକ କହିଛନ୍ତି, ହାରଜିତରେ କେବଳ ବେପାରୀ ହିଁ ଶିବିରି (ପାର୍ଟି) ବଦଳାନ୍ତି ।  କିନ୍ତୁ, ବିଚାରଧାରାର ଅନୁଗାମୀ କେବେ ଏପାଖ ସେପାଖ ହୋଇ ପାର୍ଟି ବଦଳାନ୍ତି ନାହିଁ । ମୁଁ ଲଢ଼ିବି ଆଉ ଜିତିବି । ମରିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବି । ହାର୍ଦ୍ଦିକଙ୍କ ଏହି ଟ୍ୱିଟକୁ ନିଜ ଟ୍ୱିଟର ପେଜରେ ପୋଷ୍ଟ କରିଛନ୍ତି ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ବି.ଭି.ଶ୍ରୀନିବାସ । ସେ ଲେଖିଛନ୍ତି, ଏଥିରେ କୌଣସି କ୍ୟାପସନ ଦରକାର ନାହିଁ । ହାର୍ଦ୍ଦିକଙ୍କ ଏହି ପୁରୁଣା ଟ୍ୱିଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ତାଙ୍କୁ ଏଥିପାଇଁ ଟ୍ରୋଲ ହେବାକୁ  ପଡ଼ିଛି ।