ସ୍ତ୍ରୀର ବନ୍ଧୁକରେ ସ୍ୱାମୀର ଫାୟାରିଂ
ସ୍ତ୍ରୀର ବନ୍ଧୁକରେ ସ୍ୱାମୀର ଫାୟାରିଂ
ଭୁବନେଶ୍ୱର: ମଙ୍ଗଳବାର ରାତିରେ ଭୁବନେଶ୍ୱର ସିଆରପି ଛକରେ ଗୁଳି ଘଟଣାକୁ ନେଇ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି । ବିଭୁଙ୍କ ଅଭିଯୋଗ ଅନୁଯାୟୀ ଯେତେବେଳେ ଘଟଣାସ୍ଥଳରେ ବିଭୁ ଏବଂ ତାଙ୍କର ଜଣେ ବନ୍ଧୁ ଠିଆ ହୋଇଥିଲେ । ଠିକ୍ ସେତିକିବେଳେ ଦୁଇ ଜଣ ଦୂର୍ବୁତ୍ତ ପହଂଚି ଥିଲେ ଏବଂ ସେମାନେ ରାଜନୈତିକ ଆକ୍ରୋଷ ରଖି ବିଭୁଙ୍କ ପ୍ରଥମେ ଗାଳିଗୁଲଜ କରିଥିଲେ । ଏମିତିକି ବିଭୁଙ୍କ ଛାତିରେ ବନ୍ଧୁକ ଲଗାଇ ଧମକ ମଧ୍ୟ ଦେଇଥିଲେ । ସେହି ସମୟରେ ନିଜକୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ ବିଭୁ ଓ ସେହି ସମୟରେ ହିଁ ବନ୍ଧୁକରୁ ଦୁଇଟି ଗୁଳି ଫୁଟି ତଳେ ବାଜିଥିଲା । ସୌଭାଗ୍ୟବଶତଃ ବିଭୁ ବଂଚି ଯାଇଥିଲେ ।
ତେବେ ଏ ଘଟଣାରେ ଆଜି ନୂଆ ଖୁଲାସା ହୋଇଛି । ସ୍ତ୍ରୀ ବନ୍ଧୁକରୁ ଅଭିଯୁକ୍ତ ବିନୟ ଆଚାର୍ଯ୍ୟ ଗୁଳି କରିଥିବା ଜଣାପଡିଛି । ସ୍ତ୍ରୀ ନାଁ’ରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ହୋଇଥିଲା । ସୁଟିଂ ସ୍ପୋର୍ଟସ୍ ଖେଳାଳୀ ସ୍ତ୍ରୀ ବନ୍ଧୁକରୁ ଗୁଳି କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ବିନୟ ଗୁଳି କରିଥିବା ବନ୍ଧୁକକୁ ପୋଲିସ୍ ଜବତ କରିଛି । ଏହି ବନ୍ଧୁକର ଲାଇସେନ୍ସ ରଦ୍ଧ କରାଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।




admin 