ଝିଅ ଦେଖିବାକ ପ୍ରସ୍ତାବ ପଡ଼ିଲା : ପୁଅ ଝିଅ ଦେଖାଚାହାଁରେ ଦିନକ ପରେ ଫେରାର ହୋଇଗଲେ

ଝିଅ ଦେଖିବାକ ପ୍ରସ୍ତାବ ପଡ଼ିଲା : ପୁଅ ଝିଅ ଦେଖାଚାହାଁରେ ଦିନକ ପରେ ଫେରାର ହୋଇଗଲେ

ଝିଅ ଦେଖିବାକ ପ୍ରସ୍ତାବ ପଡ଼ିଲା  : ପୁଅ ଝିଅ ଦେଖାଚାହାଁରେ ଦିନକ ପରେ ଫେରାର ହୋଇଗଲେ
ବାଲିଅନ୍ତା:ଦେଖୁ ଦେଖୁ ପ୍ରେମ ହେଲା । ଝିଅ ଦେଖିବାକ ପ୍ରସ୍ତାବ ପଡ଼ିଲା । ଝିଅ ଦେଖିବାକୁ ଆସିଲା ପୁଅ । ବିଧି ଅନୁସାରେ ଅତିଥି ସକ୍ରାର ହେଲା । ଆଉ ତା ପରେ ଚାଲିଲା ଝିଅକୁ ପୁଅକୁ ଦେଖିବା ପରମ୍ପରା । ପୁଅ ଝିଅ ଦେଖାଚାହାଁ ଓ କଥାବାର୍ତ୍ତା ଭିତରେ ଦୁହିଁଙ୍କ ମଧ୍ୟରେ ହୋଇଗଲା ପ୍ରେମ । କଥା ହେବା ପାଇଁ ଦୁହେଁ ଦୁହିଁଙ୍କୁ ମୋବାଇଲ ଫୋନ ନମ୍ବର ଦିଆନିଆ ହେଲେ । ମୋବାଇଲ ଫୋନ ନମ୍ବର ଦେବା ନେବା ପରେ ପ୍ରେମ ଜମିଗଲା । କାଳେ କୌଣସି କାରଣ ପାଇଁ ବାହାଘର ଭାଙ୍ଗିଯିବ ସେହି ଭୟରେ ବିବାହ ଦିନକୁ ଅପେକ୍ଷା ନ କରି ତା ପୂର୍ବରୁ ପୁଅ ଝିଅ ଦେଖାଚାହାଁରେ ଦିନକ ପରେ ଫେରାର ହୋଇଗଲେ । ଏହି ଘଟଣା ସ୍ଥାନୀୟ ପ୍ରତାପରୁଦ୍ରପୁର ପଞ୍ଚାୟତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାପ୍ତ ସୂଚନା ଅନୁସାରେ କୋଣାର୍କ ଥାନା ଅଞ୍ଚଳର ଜଣେ ଯୁବକ ଗତ ଶୁକ୍ରବାର ଅପରାହ୍ନରେ ଝିଅ ଦେଖିବାକୁ ନୂଆ ସାହି ଗ୍ରାମକୁ ଆସିଥିଲେ । ପରସ୍ପରକୁ ପସନ୍ଦ କରିବା ପରେ ଫଟୋ ଉଠାଇଥିଲେ । ଫୋନରେ କଥା ହେଉ ହେଉ ମାତ୍ର କିଛି ଘଣ୍ଟା ମଧ୍ୟରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଗତକାଲି ପୂର୍ବାହ୍ନ ୧୧ଟା ସମୟରେ ଯୁବତୀ ଯୁବକଙ୍କ ସହ ଫେରାର ହୋଇଯାଇଥିବା କଥା ଜଣାପଡ଼ିଛି । ଏ ନେଇ ଯୁବତୀଙ୍କ ବାପା ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇଁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।