ଜୀବନ ବଞ୍ଚାଇବାକୁ ଯାଇ ଦେଶୀ ବନ୍ଧୁକରୁ ବାଘ ଉପରକୁ ଗୁଳି ଚଳାଇଥିଲି

ଜୀବନ ବଞ୍ଚାଇବାକୁ ଯାଇ ଦେଶୀ ବନ୍ଧୁକରୁ ବାଘ ଉପରକୁ ଗୁଳି ଚଳାଇଥିଲି

ଜୀବନ ବଞ୍ଚାଇବାକୁ ଯାଇ ଦେଶୀ ବନ୍ଧୁକରୁ ବାଘ ଉପରକୁ ଗୁଳି ଚଳାଇଥିଲି
ଖଜୁରୀପଡ଼ା : ଜଙ୍ଗଲକୁ ଯାଇଥିଲି । ଏହି ସମୟରେ ଏକ କଲରାପତରିଆ ବାଘ ହଠାତ୍ ମୋ ଉପରକୁ ଲମ୍ଫ ମାରିଥିଲା । ଜୀବନ ବଞ୍ଚାଇବାକୁ ଯାଇ ଏହି ସମୟରେ ମୋ ପାଖରେ ଥିବା ଦେଶୀ ବନ୍ଧୁକରୁ ବାଘ ଉପରକୁ ଗୁଳି ଚଳାଇଥିଲି । ବାଘଟି ମରିଗଲା । କନ୍ଧମାଳ ଜିଲ୍ଲାରେ ବାଘ ଶିକାର ମାମଲାରେ ଗିରଫ ଅଭିଯୁକ୍ତ ବନ ବିଭାଗ କର୍ମଚାରୀଙ୍କୁ ଏହା କହିବା ସହ ବନ୍ଧୁକ ଓ ବାଘ ଛାଲ ଲୁଚାଇ ରଖିଥିବା ଜାଗାକୁ ନେଇ ବନ ବିଭାଗ କର୍ମଚାରୀଙ୍କୁ ଦେଖାଇଛି । ଫୁଲବାଣୀ ସଦର ଥାନା କୁଟିବାରି ଗାଁର କବିଚନ୍ଦ୍ର କହଁର (୫୦) ଏକ ବାଘ ଶିକାର କରିଥିବା ନେଇ କନ୍ଧମାଳ ଜିଲ୍ଲା ସୁଡ୍ରୁକୁମ୍ପା ବନ ବିଭାଗ ରେଞ୍ଜର ଶିଶିର କୁମାର ଝାଙ୍କର ଖବର ପାଇଥିଲେ । ଶ୍ରୀ ଝାଙ୍କର ଗୁରୁବାର କୁଟିବାରି ଗାଁରେ କବିଚନ୍ଦ୍ରଙ୍କ ଘରେ ଚଢ଼ଉ କରିଥିଲେ । ତଲାସି ବେଳେ ଅଭିଯୁକ୍ତଙ୍କ ଘରୁ ଏକ ଟାଙ୍ଗିଆ, ଗନ୍ ପାଉଡର ଓ ସୀସା ଗୁଳି ମିଳିଥିଲା ।