ରଜ ପାଇଁ ଲୁଗା ଦୋକାନ ଖୋଲି ବେପାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ କମିସନରେଟ ପୁଲିସ

ରଜ ପାଇଁ ଲୁଗା ଦୋକାନ ଖୋଲି ବେପାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ କମିସନରେଟ ପୁଲିସ

ରଜ ପାଇଁ ଲୁଗା ଦୋକାନ ଖୋଲି ବେପାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ କମିସନରେଟ ପୁଲିସ
ଭୁବନେଶ୍ୱର : ସାବିତ୍ରୀ ପୂର୍ବରୁ ମାର୍କେଟରେ ଅସମ୍ଭାଳ ଭିଡ଼ ହେଲା । କେଉଁଠି ଫଳ ଦୋକାନରେ ଗହଳି ଲାଗିଲା ତ ଆଉ କେଉଁଠି ଗଳା ବାଟରେ ଚାଲିଲା ଲୁଗା ବିକ୍ରି । ଲକଡାଉନ ଜାରି ରହିଥିବା ବେଳେ ଭିଡ଼କୁ ନେଇ କମିସନରେଟ ପୁଲିସକୁ ବେଶ ନାକେଦମ ହେବାକୁ ପଡ଼ିଲା । ଅଧିକାଂଶ ଜାଗାରେ ଲୁଗା ଦୋକାନ ସିଲ୍ ଓ ଦୋକାନୀଙ୍କୁ ଜରିମାନା ହୋଇଛି ସତ କିନ୍ତୁ କୋଭିଡ୍ ନିୟମ ଉଲ୍ଲଂଘନ ହୋଇଛି । ତେବେ ଆଗକୁ ରଜ ପର୍ବ ଆସୁଥିବାରୁ ଯେପରି ଏହାର ପୁନରାବୃତ୍ତି ନ ହୁଏ, ସେଥିପାଇଁ ପୁଲିସ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଛି । ରଜ ପାଇଁ ଲୁଗା ଦୋକାନ ଖୋଲି ବେପାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ କମିସନରେଟ ପୁଲିସ । ଦରକାର ପଡ଼ିଲେ ଦୋକାନୀଙ୍କୁ ଗିରଫ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଏ ନେଇ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ ହୋଇଛି । କଟକ ଓ ଭୁବନେଶ୍ୱର ଡିସିପିଙ୍କ ସମେତ ସବୁ ଥାନା ଆଇଆଇସି, ଜୋନ୍ ଏସିପିମାନଙ୍କୁ ନିଜ ନିଜ ଅଞ୍ଚଳରେ ଆଲର୍ଟ ରହିବାକୁ କୁହାଯାଇଛି । ଦୋକାନ ଆଗରେ ତାଲା ପକାଇ ପଛପଟ ଖୋଲି କିମ୍ବା ଗଳାବାଟ ଦେଇ ବେପାର କରୁଥିବା ଦୋକାନୀଙ୍କ ଉପରେ ନଜର ରଖିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଟ୍ୱିନ ସିଟିରେ ସଂକ୍ରମଣ କମିଛି । ହେଲେ କଟକଣା କୋହଳ କରାଯାଇନାହିଁ । ତେଣୁ ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଆଇନ ଉଲ୍ଲଂଘନକାରୀଙ୍କ ପ୍ରତି ପୁଲିସ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ନେବ । ଆରମ୍ଭରୁ ଯେମିତି ଟ୍ୱିନସିଟି ବାସିନ୍ଦା ପୁଲିସକୁ ସହଯୋଗ କରି ଆସିଛନ୍ତି, ସେମିତି ଆଉ କିଛି ଦିନ ସହଯୋଗ କରିବା ପାଇଁ ପୁଲିସ କମିସନର ଅନୁରୋଧ କରିଛନ୍ତି ।