ଜଳୁଛି ଶିମିଳିପାଳ ଜଙ୍ଗଲ

ଜଳୁଛି ଶିମିଳିପାଳ ଜଙ୍ଗଲ

ଜଳୁଛି ଶିମିଳିପାଳ ଜଙ୍ଗଲ

ବାରିପଦା:  ସମସ୍ତ ପ୍ରକାରର ସଚେତନତା ସତ୍ତ୍ବେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସମ୍ଭବ ହେଉନି। ପ୍ରାକୃତିକ ଭାବରେ ହେଉ କିମ୍ବା କୌଣସି କୃତ୍ରିମ କାରଣରୁ ହେଉ ଜଙ୍ଗଳରେ ଲାଗୁଛି ନିଆଁ। ଗତ ବର୍ଷ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ବହୁ ଗଛଲତା ଓ ପଶୁ ପକ୍ଷୀ ବିଶେଷ କରି ସରୀସୃପ ମାନଙ୍କର ମୃତୁ୍ୟ ଘଟିଥିଲା  । ଯାହା ଆମ ପରିବେଶ ଉପରେ ବିଶେଷ ପ୍ରଭାବ ପକାଉଛି  ।


୩ଦିନ ହେଲାଣି କରଞ୍ଜିଆ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି । ଗତକାଲି ଗୁଡୁଗୁଡିଆ ତାଳବନ୍ଧ ରେଞ୍ଜରେ ନିଆଁ ଲାଗିଥିଲା । ତାଳବନ୍ଧ ରେଞ୍ଜର ୬ଟି ଓ ଚହଲା ରେଞ୍ଜର ଗୋଟିଏ ପଏଣ୍ଟରେ ନିଆଁ ଲାଗିଛି । ମୋଟ ୭ଟି ସ୍ଥାନରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ନିଆଁର ପରିମାଣ ଦିନକୁଦିନ ବଢିବାରେ ଲାଗିଛି ।  ବନବିଭାଗ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି ।

ଏଥିପାଇଁ ଜଙ୍ଗଲ ଆଖପାଖରେ ଥିବା ଗାଁ’ ଗୁଡିକ ବିପଦଶଙ୍କୁଳ ଅବସ୍ଥାରେ ରହିଛି । ଜଙ୍ଗଲ ପ୍ରାଣୀମାନଙ୍କ ଜୀବନ ମଧ୍ୟ ବିପଦରେ ରହିଛି । ଅଗ୍ନିକାଣ୍ଡ ସ୍ଥାନରେ ବନବିଭାଗ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି ।