ଜଳଛତ୍ରରେ ବିଷ! ୩ ଗୁରୁତର

ଜଳଛତ୍ରରେ ବିଷ! ୩ ଗୁରୁତର

ଜଳଛତ୍ରରେ ବିଷ! ୩ ଗୁରୁତର

ମାଲାକାନଗିରି:ଜଳଛତ୍ର ପାଣିରେ କେହି ଦୁର୍ବୃତ୍ତ ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି ।  ଜଳଛତ୍ରର ପାଣି ପାଣି ପିଇବା ଯୋଗୁ ଜଣେ ନାବାଳିକାଙ୍କ ସମେତ ୩ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଅସୁସ୍ଥ ମାନେ ହେଲେ ଏମପିଭି ୪୯ ଗ୍ରାମର ବିଶାଖା ଗୋଲଦର (୧୩), ଦେବବ୍ରତ କୋଏଲ (୨୪) ଏବଂ ଏମଭି ୧୧୬ ଗ୍ରାମର ତୁସାର ମଣ୍ଡଳ (୨୨) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗ୍ରାମବାସୀ ଓ ଶିମିଳିବାଞ୍ଛା ପଞ୍ଚାୟତ ଉଦ୍ୟମରେ ଏମପିଭି ୪୯ ଗ୍ରାମ ମୁଖ୍ୟ ଛକ ଠାରେ ଏକ ସପ୍ତାହ ତଳେ ଗୋଟିଏ ଜଳଛତ୍ର କେନ୍ଦ୍ର ଖୋଲାଯାଇଥିଲା ।

ଏହି ଜଳଛତ୍ର କେନ୍ଦ୍ରର ରକ୍ଷଣାବେକ୍ଷଣ ଓ ପ୍ରତ୍ୟେକ ଦିନ ପାଣି ଭର୍ତ୍ତି କରିବା ପାଇଁ ଗ୍ରାମର ସନ୍ଧ୍ୟା ରାଣୀ ମଣ୍ଡଳ ନାମକ ଜଣେ ମହିଳାଙ୍କୁ ଗ୍ରାମବାସୀ  ଚୟନ କରି ଏହି କାର୍ୟ୍ୟରେ ନିୟୋଜିତ କରିଥିଲେ । ପଞ୍ଚାୟତ ତରଫରୁ ମହିଳା ଜଣଙ୍କୁ ପାରିଶ୍ରମିକ ଦେବା ପାଇଁ ସ୍ଥିର ମଧ୍ୟ କରାଯାଇଥିଲା । ତେବେ ମହିଳା ଜଣଙ୍କ ପ୍ରତ୍ୟେକ ଦିନ ଭଳି ମାଟି ହାଣ୍ଡିରେ ପାଣି ରଖି ସେଠାରେ ରହିଥିବା ବେଳେ ଦିନ ୩ ଟା ସମୟରେ କୌଣସି କାମରେ ନିଜ ଘରକୁ ଚାଲି ଯାଇଥିଲେ ।