ଆଜିଠାରୁ ଲାଗୁ ହେଲା ଓମ୍‌ଫେଡ୍‌ର ନୂଆ ଦର

ଆଜିଠାରୁ ଲାଗୁ ହେଲା ଓମ୍‌ଫେଡ୍‌ର ନୂଆ ଦର

ଆଜିଠାରୁ ଲାଗୁ ହେଲା ଓମ୍‌ଫେଡ୍‌ର ନୂଆ ଦର

ଭୁବନେଶ୍ୱର: ଓମଫେଡ୍ କ୍ଷୀରର ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି।  କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି । ଏହାଦ୍ୱାରା ୫ଶହ ମିଲିଲିଟର କ୍ଷୀରର ଦାମ ୨୩ ଟଙ୍କାରୁ ବଢି ୨୪ ଟଙ୍କାରେ ବିକ୍ରି କରାଯାଉଛି । ଚାଷୀଙ୍କ ଦାବି ଓ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଦାମ ବଢାଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।

ଓମଫେଡ୍ ଗୋଲ୍ଡ ଓ ପ୍ରିମିୟମ କ୍ଷୀରର ଦର ୫ଶହ ମିଲିଲିଟରକୁ ୨୪ ଟଙ୍କା ରଖାଯାଇଥିବା ବେଳେ, ଟୋନଡ୍ କ୍ଷୀରର ମୂଲ୍ୟ ୨୧ଟଙ୍କା ରଖାଯାଇଛି । ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ସତ୍ତ୍ୱେ ଦୁଇବର୍ଷ ହେଲା ଦର ବୃଦ୍ଧି କରାଯାଇ ନ ଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଓମଫେଡର ଚା ସ୍ପେଶାଲ ଦୋକାନୀଙ୍କ ପାଇଁ ଏକ ନୂଆ ପ୍ରକାର ଦୁଗ୍ଧ ବିକ୍ରି କରୁଛି ଓମଫେଡ୍ । ଏହାର ଦାମ ୫ଶହ ମିଲିଲିଟର ପିଛା ୨୩ ଟଙ୍କା ରଖାଯାଇଥିବା ବେଳେ, ପ୍ରାରମ୍ଭିକ ପର୍ୟ୍ୟାୟରେ ଭୁବନେଶ୍ୱର, କଟକ ଓ ପୁରୀରେ ଉପଲବ୍ଧ ହେବ।

ଓମଫେଡ ଦୁଗ୍ଧ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବା ବେଳେ ଏହା ଉପରେ ବହୁ ଲୋକଙ୍କ ସମେତ ଛୋଟ ପିଲା, ରୋଗୀ ତଥା ବୃଦ୍ଧବୃଦ୍ଧା ନିର୍ଭରଶୀଳ। ଏହାର ଦରବୃଦ୍ଧିକୁ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ବୋଲି କହିଛନ୍ତି ଲୋକେ।