ନିଆଁ ଲାଗି ୩ ପୋଡିଗଲେ

ନିଆଁ ଲାଗି ୩ ପୋଡିଗଲେ

ନିଆଁ ଲାଗି ୩ ପୋଡିଗଲେ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ବାଙ୍ଗୁରିସିଙ୍ଗା ଗ୍ରାମର ସଆରସାହିରେ ସୋମବାର ଏକ ଅଘଟଣ ଘଟିଛି । ଗ୍ୟାସ ଟାଙ୍କି ଫାଟିଯିବାରୁ ଗୋଟିଏ ପରିବାରର ୩ ଜଣ ପୋଡ଼ି ଗୁରୁତର ଆହତ ହୋଇଛନ୍ତି । ନିଆଁରେ ମାଆ, ପୁଅ ଓ ବୋହୂ ପୋଡ଼ି ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ଗ୍ୟାସ ଟାଙ୍କି ଫାଟିବାରୁ ୧୧ ବଖରା ଘର ମଧ୍ୟ ପୋଡ଼ିଯାଇଛି ।