ଜନମତକୁ ମୁଣ୍ଡପାତି ସ୍ୱୀକାର କରୁଛି-ଧର୍ମେନ୍ଦ୍ର
ଜନମତକୁ ମୁଣ୍ଡପାତି ସ୍ୱୀକାର କରୁଛି-ଧର୍ମେନ୍ଦ୍ର
admin
May 24, 2019 - 11:26
Updated: May 24, 2019 - 11:26
ଭୁବନେଶ୍ୱର: ନିର୍ବାଚନର ଫଳ ବାହାରି ସାରିଛି । ପ୍ରଜାତନ୍ତ୍ରର ମତକୁ ମୁଣ୍ଡପାତି ସ୍ୱୀକାର କରୁଛି ବୋଲି ଧର୍ମେନ୍ଦ୍ର ପ୍ରଦାନ କହିଛନ୍ତି । ୨୦୧୪ ତୁଳନାରେ ଆମକୁ ଦେଶରେ ଅଦ୍ଭୁତପୂର୍ବ ସମର୍ଥନ ମିଳିଛି । ମୋଦି ସରକାର ପାଇଁ ପ୍ରଭୁ ଜଗନ୍ନାଥ ୮ ଜଣଙ୍କୁ ଦିଲ୍ଲୀ ଦାରବାରକୁ ପଠାଇଛନ୍ତି । ଜନସାଧାରଣଙ୍କ ନିଷ୍ପତିକୁ ଦଳ ଓ ବ୍ୟକ୍ତିଗତ ଭାବେ ସମ୍ମାନ କରୁଛି । ୧କୋଟି ଲୋକଙ୍କ ସମର୍ଥନ କାରଣରୁ ଏହା ସମ୍ଭବ ପର ହୋଇ ପାରିଛି । ବିଧାନସଭାରେ ଆମକୁ ଆଶାନୁରୂପ ସଫଳତା ମିଳିପାରି ନାହିଁ । ପଂଚମ ଥର ପାଇଁ ଜିତିଥିବାରୁ ନବୀନ ବାବୁଙ୍କୁ ଅନେକ ଅଭିନନ୍ଦନ ଜଣାଉଛି । ଉଭୟ ନୂଆ ସରକାର ଲୋକଙ୍କ ଆକାଂକ୍ଷା ପୂରଣ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।