ଆଜିର ଦିନକୁ କଂଗ୍ରେସ ଧୋକା ଦିବସ ଭାବେ ପାଳନ କରିଛି

ଆଜିର ଦିନକୁ କଂଗ୍ରେସ ଧୋକା ଦିବସ ଭାବେ ପାଳନ କରିଛି

ଆଜିର ଦିନକୁ କଂଗ୍ରେସ ଧୋକା ଦିବସ ଭାବେ ପାଳନ କରିଛି
ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ଆଜିର ଦିନକୁ କଂଗ୍ରେସ ଧୋକା ଦିବସ ଭାବେ ପାଳନ କରିଛି । ବିଶ୍ରା ନିକଟରେ ଶତାଧିକ କଂଗ୍ରେସ କର୍ମୀ ଏନେଇ ବିକ୍ଷୋଭ ସହ ନାରାବାଜି କରିଛନ୍ତି । ପ୍ରକାଶ ଯେ, ମଙ୍ଗଳବାରର ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ରାଉରକେଲାରେ ପହଞ୍ଚିଛନ୍ତି । ସେଠାରେ ସେ ପ୍ରାୟ ୪୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ସହିତ କେତେକ ନୂତନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ସୂଚନା ମିଳିଛି। ୩ଦିନ ପୂର୍ବରୁ ସଂଖ୍ୟାଧିକ ମନ୍ତ୍ରୀ ଓ ବିଧାୟକ ସୁନ୍ଦରଗଡ଼ ଜିଲାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ବିଭିନ୍ନ ଅଞ୍ଚଳରେ ଥିବା ଦଳର ସାଂଗଠନିକ କାର୍ୟ୍ୟକର୍ତ୍ତାଙ୍କ ସହ ଆଲୋଚନା ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ସେଠାରେ ବିପିୟୁଟି ନିକଟସ୍ଥ ପଡ଼ିଆରେ ସମସ୍ତ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସହ ସଭାକାର୍ୟ୍ୟ ପାଇଁ ବ୍ୟବସ୍ଥା କରାଯାଇଛି। ୧୨୦ଟି ସ୍ଥାନରେ ଏହି କାର୍ୟ୍ୟକ୍ରମର ସିଧା ପ୍ରସାରଣ କରାଯିବ। କାର୍ୟ୍ୟକ୍ରମ ସାରି ସେ ଅପରାହ୍ଣ ୨ଟା ସୁଦ୍ଧା ଭୁବନେଶ୍ବର ଫେରି ଆସିବେ।