ଜଙ୍ଗଲରେ ୨୭ ବର୍ଷ, ଉଦ୍ଧାର ହେଲେ ବୃଦ୍ଧା, ଜାଣନ୍ତୁ କାରଣ

ଜଙ୍ଗଲରେ ୨୭ ବର୍ଷ, ଉଦ୍ଧାର ହେଲେ ବୃଦ୍ଧା, ଜାଣନ୍ତୁ କାରଣ

ଜଙ୍ଗଲରେ ୨୭ ବର୍ଷ, ଉଦ୍ଧାର ହେଲେ ବୃଦ୍ଧା, ଜାଣନ୍ତୁ କାରଣ

ପାଟଣାଗଡ଼: ୨୭ ବର୍ଷ କାଳ କାଟିଲେ ଜଙ୍ଗଲରେ।      ଅନ୍ଧବିଶ୍ୱାସ ଯୋଗୁଁ ଜୀବନର ଅଧା ସମୟ କାଟିବାକୁ ପଡ଼ିଲା ଜୀବଜନ୍ତୁଙ୍କ ଗହଣରେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ୍ ଅନ୍ତର୍ଗତ ଭାଲୁଡୁଙ୍ଗୁରୀ ଗାଁରେ।

ଏହି ଶତାୟୁ ବୃଦ୍ଧାଙ୍କ ନାଁ ପ୍ରତିମା ଧରୁଆ। ଚଲାବୁଲା କରିବାକୁ ତାଙ୍କ ଦେହରେ ଆଉ ଶକ୍ତି ନାହିଁ। ଆଖିକୁ ବି ଭଲ ଦେଖାଯାଉ ନାହିଁ। କିନ୍ତୁ ଏମିତି ସ୍ଥିତିରେ ବି ସେ ଗାଁ ଠାରୁ ପ୍ରାୟ ଦେଢ଼ କିଲୋମିଟ ଦୂରରେ ଜଙ୍ଗଲରେ ଏକାକୀ ରହିବାକୁ ବାଧ୍ୟ ହୋଇଛନ୍ତି। ପୁଅନାତି କରି ଦେଇଥିବା ଏକ ଖପର ଘରେ ସେ ରହୁଛନ୍ତି। ପରିବାର ଲୋକେ ନେଇ ଦେଲେ ଖାଉଛନ୍ତି। ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି, ହେଲେ ଚାଉଳ ମିଳୁ ନାହିଁ।

ପ୍ରତିମା କହିଛନ୍ତି ଯେ ଗାଁ ଲୋକେ ତାଙ୍କୁ ଡାହାଣୀ ବୋଲି କହୁଥିଲେ। ସେଥିପାଇଁ ସେମାନେ ତାଙ୍କୁ ଗାଁରୁ ତଡ଼ି ଦେଇଥିଲେ।

ପୂର୍ବରୁ ଭାଲୁଡୁଙ୍ଗୁରୀ ଗାଁରେ ଘର ସଂସାର କରି ରହିଥିବା ପ୍ରତିମାଙ୍କର ଭଗବାନଙ୍କ ଉପରେ ଭାରି ବିଶ୍ୱାସ। ସେ ପୂଜାପାଠରେ ବେଶ୍ ମନ ଦେଉଥିଲେ। ସକାଳୁ ଗାଧୋଇ ତୁଳସୀ ଚଉରା ମୂଳରେ ପାଣି ଦେଇ ଠାକୁରଙ୍କୁ ପ୍ରାର୍ଥନା କରୁଥିଲେ। ଆଉ ତାଙ୍କର ଏହି ପୂଜାପାଠକୁ ଦେଖି ଗାଁ ଲୋକେ ଭାବି ନେଲେ ଯେ ସେ ଗୁଣିଗାରେଡ଼ି କରୁଛନ୍ତି। ସେଥିପାଇଁ ସେମାନେ ପ୍ରତିମାଙ୍କୁ ଡାହାଣୀ ଆଖ୍ୟା ଦେଇ ଗାଁରୁ ବାସନ୍ଦ କରି ତଡ଼ି ଦେଇଥିଲେ।