ଛତିଶଗଡ ଦୁର୍ଗରେ ଲକଡାଉନ

ଛତିଶଗଡ ଦୁର୍ଗରେ ଲକଡାଉନ

ଛତିଶଗଡ ଦୁର୍ଗରେ ଲକଡାଉନ
ରାୟପୁର: ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଛତିଶଗଡରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ଛତିଶଗଡ ଦୁର୍ଗ ଜିଲ୍ଲାକୁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ଏପ୍ରିଲ ୬ରୁ ୧୪ ଯାଏଁ ଲକଡାଉନ ଘୋଷଣା କଲେ ଜିଲ୍ଲାପାଳ । କରୋନା ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲାପାଳ ଏହି ନିଷ୍ପତି ନେଇଛନ୍ତି । ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ ସେବା କାର୍ଯ୍ୟକ୍ରମ ସଂପୂର୍ଣ୍ଣ ବାରଣ କରାଯାଇଛି ।