ଗୋଟିଏ କିଟ୍‌ ସାଧାରଣ ସାଇକେଲକୁ କରିବ ବୈଦ୍ୟୁତିକ ଯାନ

ଗୋଟିଏ କିଟ୍‌ ସାଧାରଣ ସାଇକେଲକୁ କରିବ ବୈଦ୍ୟୁତିକ ଯାନ

ଗୋଟିଏ କିଟ୍‌ ସାଧାରଣ ସାଇକେଲକୁ ବୈଦ୍ୟୁତିକ ଯାନ ବା ଇ-ବାଇକରେ ପରିଣତ କରିପାରିବ । ସ୍ୱିଚ୍‌ ପକ୍ଷରୁ ଏଥିପାଇଁ ଇ-ବାଇକ କନଭର୍ସନ କିଟ୍‌ ପ୍ରସ୍ତୁତ କରାଯାଇଛି । ଏହା ଥରେ ଚାର୍ଜ ହେଲେ ପ୍ରାୟ ୧୪ କିଲୋମିଟର ପର୍ଯ୍ୟନ୍ତ ଯାଇପାରୁଥିବା ବେଳେ ଅଧିକ ବ୍ୟାଟେରି ପ୍ୟାକ୍‌ ସହ ଏହାକୁ ୩୧ ମିଲୋମିଟର ପର୍ଯ୍ୟନ୍ତ ବି ନିଆଯାଇପାରେ । ଏହି କିଟକୁ ଲଗାଇବା ଲାଗି ସ୍ୱିଚ୍‌ ପକ୍ଷରୁ ଦିଆଯାଇଥିବା ସ୍ୱତନ୍ତ୍ର ଚକାକୁ ସାଇକେଲର ଆଗଚକା ଜାଗାରେ ଲଗାଇବାକୁ ହୁଏ । ୨୫୦ ୱାଟର ଗିୟର ହବ୍‌ ମୋଟର ଏଥିରେ ଥିବା ବେଳେ ଘଣ୍ଟାପ୍ରତି ୯୮ କିଲୋୱାଟ କ୍ଷମତାର ବ୍ୟାଟେରି ପ୍ୟାକ୍‌ ମିଳେ ।

ଏହା ଏକ ଛୋଟ ଟାବଲେଟ ଆକାରର ହୋଇଥାଏ ଏବଂ ହ୍ୟାଣ୍ଡଲ ବାର୍‌ ମଝିରେ ଲଗାଇ ଦିଆଯାଏ । ମୂଳ ବ୍ୟାଟେରି ପ୍ୟାକ ପ୍ରାୟ ୧ଘଣ୍ଟାରେ ସମ୍ପୂର୍ଣ୍ଣ ଚାର୍ଜ ହୋଇପାରେ । ଏହି କିଟରେ ଥିବା ପେଡାଏ ସେନସର ଚାଳକଙ୍କୁ ବାଇକ ପାଇଁ ପେଡ଼ାଲ ଆସିଷ୍ଟ ବ୍ୟବହାର କରିବାର ସୁଯୋଗ ଦେଇଥାଏ । ଏହାର ମୂଲ୍ୟ ୪୪୯ ଡଲାର ବା ପ୍ରାୟ ୩୬ହଜାର ୫୦୦ ଟଙ୍କା ରଖାଯାଇଥିବା କମ୍ପାନୀ ସୂତ୍ରରୁ ପ୍ରକାଶ ।