ଛୁଇଁଲେ ଜଳିବ ବତି, ‘ସ୍ପର୍ଶ ବତି’
ଛୁଇଁଲେ ଜଳିବ ବତି, ‘ସ୍ପର୍ଶ ବତି’
ସ୍ମାର୍ଟ ଘରେ ଲୋକେ ଅତ୍ୟାଧୁନିକ ଜିନିଷ ଖଞ୍ଜିଦେବାକୁ ଚାହୁଁଛନ୍ତି । ଗ୍ରାହକଙ୍କ ଚାହିଦାକୁ ଦେଖି କମ୍ପାନୀଗୁଡ଼ିକ ଭଳିକିଭଳି ସାମଗ୍ରୀ ତିଆରି ମଧ୍ୟ କରୁଛନ୍ତି । ଏଇ ଯେମିତି ଅନ-ଲାଇନରେ ନୂଆନୂଆ ବିକ୍ରି ଆରମ୍ଭ ହୋିଛି ‘ସ୍ପର୍ଶ ବତି’ । ଆଲମାରି, ଥାକ, ଟେବୁଲ, ଘର, ବାହାରେ ଯେଉଁଠି ଚାହିଁବେ ଏଇ ବତିକୁ ଲଗାଇପାରିବେ । ବତି ସୂର୍ଯ୍ୟ ଆଲୋକରେ ଚାର୍ଜ ହେବା ସହ କେବୁଲରେ ମଧ୍ୟ ଚାର୍ଜ କରିପାରିବେ ।
ଥରେ ଚାର୍ଜ ହେଲେ ବତି ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଜଳିବ । ବତିରେ କୌଣସି ସୁଇଚ୍ ନାହିଁ । ତା’ର ଉପର ପାଖକୁ ସ୍ପର୍ଶ କଲେ ଆଲୋକିତ ହେବ, ଠିକ ସେହିପରି ଆଉ ଥରେ ଛୁଇଁଲେ ବନ୍ଦ ହେବ । କୌଣସି ଦୂରସ୍ଥାନକୁ ଯିବାର ଥିଲେ ମଧ୍ୟ ଏହା ସ୍ପର୍ଶ ବତି ଖୁବ କାମରେ ଆସିବ । ଏସବୁର ଦାମ୍ ୫୦୦ ଟଙ୍କାରୁ ଆରମ୍ଭ ।




admin 