ଖୁସି ଖବର : ଲିଙ୍ଗରାଜ ରୋଡ୍ ଷ୍ଟେସନରୁ ପୁରୀକୁ ଚାଲିବ ବନ୍ଦେ ମେଟ୍ରୋ ଟ୍ରେନ୍
ଖୁସି ଖବର : ଲିଙ୍ଗରାଜ ରୋଡ୍ ଷ୍ଟେସନରୁ ପୁରୀକୁ ଚାଲିବ ବନ୍ଦେ ମେଟ୍ରୋ ଟ୍ରେନ୍
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ବଜେଟ୍ରେ ଓଡ଼ିଶାରେ ରେଳ ବିକାଶ ପାଇଁ ୧୦ ହଜାର କୋଟିରୁ ବି ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶା ପାଇଁ ରେଳ ଅନୁଦାନ ବାବଦରେ ରାଜ୍ୟ ସରକାର ୮୪୦୦ କୋଟି ଟଙ୍କା ମାଗିଥିଲେ । କିନ୍ତୁ କେନ୍ଦ୍ର ସରକାର ଓଡ଼ିଶା ମାଗିଥିବା ପରିମାଣଠୁ ପ୍ରାୟ ୧୬୧୨ କୋଟି ଟଙ୍କା ଅଧିକ ଆବଣ୍ଟନ କରିଛନ୍ତି । କେନ୍ଦ୍ର ସରକାର ବଜେଟ୍ରେ ରାଜ୍ୟରେ ରେଳ ବିକାଶ ପାଇଁ ୧୦ ହଜାର ୧୨ କୋଟି ଟଙ୍କା ଦେଇଛନ୍ତି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ କହିଛନ୍ତି ।
ବାହାରୁ ଆସୁଥିବା ପର୍ୟ୍ୟଟକଙ୍କ ସୁବିଧା ପାଇଁ ବିମାନବନ୍ଦରରୁ ଲିଙ୍ଗରାଜ ରୋଡ୍ ଷ୍ଟେସନ୍କୁ ବ୍ୟାଟେରି କିମ୍ବା ହାଇଡ୍ରୋଜେନ୍ ଗାଡ଼ି ଚଳାଇବା ବ୍ୟବସ୍ଥା କରାଯିବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ସାରା ବିଶ୍ୱରୁ ଆସୁଥିବା ଲୋକ ଉପକୃତ ହୋଇପାରିବେ । ସୁନ୍ଦର ବିଶ୍ୱସ୍ତରୀୟ ଟ୍ରେନ୍ରେ ବସି ପୁରୀ ଯିବେ ଭକ୍ତ । ମଞ୍ଚେଶ୍ୱର, ମେରାମୁଣ୍ଡଳୀ, ମୁନିଗୁଡ଼ା, ନ୍ୟୁ ଭୁବନେଶ୍ୱର, ପାନପୋଷ, ପାରାଦୀପ, ପାରଳାଖେମୁଣ୍ଡି, ରଘୁନାଥପୁର, ରେଢାଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାୟଗଡ଼ା, ରାଉରକେଲା, ସାକ୍ଷୀଗୋପାଳ, ସମ୍ବଲପୁର, ସମ୍ବଲପୁର ସିଟି, ତାଳଚେର, ତାଳଚେର ରୋଡ୍ ଓ ଟିଟିଲାଗଡ଼ ଷ୍ଟେସନର ଉନ୍ନତିକରଣ କରାଯିବ ।ବନ୍ଦେ ଭାରତ ଟ୍ରେନ୍ ଭଳି ବନ୍ଦେ ଭାରତ ମେଟ୍ରା ୩୫-୫୦ କିମି ଥିବା ଷ୍ଟେସନ ଭିତରେ ଚାଲିବ । ଓଡ଼ିଶାରେ ପ୍ରଥମ ବନ୍ଦେ ଭାରତ ମେଟ୍ରା ଲିଙ୍ଗରାଜ ରୋଡ୍-ପୁରୀ ଭିତରେ ଚାଲିବା ଯୋଜନା ହୋଇଛି ।




admin 