କୋଟିଆ ପ୍ରସଙ୍ଗରେ ବିଧାନସଭାରେ କାନ୍ଦି ପକାଇଲେ ବିରୋଧୀ ଦଳ ନେତା

କୋଟିଆ ପ୍ରସଙ୍ଗରେ ବିଧାନସଭାରେ କାନ୍ଦି ପକାଇଲେ ବିରୋଧୀ ଦଳ ନେତା

କୋଟିଆ ପ୍ରସଙ୍ଗରେ ବିଧାନସଭାରେ କାନ୍ଦି ପକାଇଲେ ବିରୋଧୀ ଦଳ ନେତା
ଭୁବନେଶ୍ୱର : କୋଟିଆ ପ୍ରସଙ୍ଗରେ କାନ୍ଦି ପକାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ । ସେହି ଅଂଚଳ ଗସ୍ତ କରି ସେ ସ୍ଥିତି ପରଖୁଥିବାବେଳେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । ସେହିପରି ବିଧାନସଭାରେ ଆଜି ଆଲୋଚନା ହେବାର ଥିବାବେଳେ ଗତକାଲି ଏନେଇ ବି ବିଜେପି ପକ୍ଷରୁ ଦଳୀୟ ଆଲୋଚନା ହୋଇଥିଲା । ସେହି ସମୟରେ ମଧ୍ୟ ବିରୋଧୀ ଦଳ ନେତା ଭାବପ୍ରବଣ ହୋଇପଡ଼ିଥିଲେ । ବିଧାନସଭାରେ ସୀମା ବିବାଦ ସଂକ୍ରାନ୍ତୀୟ ଆଲୋଚନା କାଳରେ ଏହା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ଶ୍ରୀ ମାଝୀ କହିଥିଲେଯେ, କୋଟିଆ ଆମ ପାଖରୁ ଚାଲିଗଲାଣି । କୋଟିଆ ଅଂଚଳର ଗ୍ରାମଗୁଡ଼ିକ ଓଡ଼ିଶାରେ ଥାଇ ନଥିବା ଭଳି । ସରକାରଙ୍କ ଦୂରଦୃଷ୍ଟି ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ବୈତରଣୀକୁ ବି ଏବେ ଝାରଖଣ୍ଡ ନିଜର ବୋଲି ଦାବି କଲାଣି । ମୁଖ୍ୟମନ୍ତ୍ରୀ ନିଜେ କୋଟିଆ ଯାଇ ସ୍ଥିତି ପରଖିବା ଦରକାର । ସେହିପରି ବିରୋଧୀ ଦଳ ନେତା କିଭଳି କୋଟିଆ ଗସ୍ତ ବେଳେ କାନ୍ଦି ପକାଇଥିଲେ ସେ କଥା ବି ଉଲ୍ଲେଖ କରିଥିଲେ ।