କେବେ ନେବେ ବୁଷ୍ଟର ଡୋଜ ଟିକା...

କେବେ ନେବେ ବୁଷ୍ଟର ଡୋଜ ଟିକା...

କେବେ ନେବେ ବୁଷ୍ଟର ଡୋଜ ଟିକା...

ନୂଆଦିଲ୍ଲୀ: କୋଭି଼ଡ ଟିକାର ବୁଷ୍ଟର ଡୋଜ୍ ନେଇ ତର୍କ ବିତର୍କ ଚାଲିଥିବାବେଳେ ଆସିଛି ଏକ ବଡ଼ ଖବର। ଦୁଇ ଡୋଜ ଟିକା ନେବାର ଛଅ ମାସ ପରେ ବୁଷ୍ଟର ଡୋଜ ନେଇ ହେବ ।

ଭାରତ ବାୟୋଟେକ୍ ଅଧ୍ୟକ୍ଷ କ୍ରିଷ୍ଣା ଇଲା କହିଛନ୍ତି, ଟିକାର ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପରେ ଜଣେ ବୁଷ୍ଟର ଡୋଜ୍ ନେଇପାରିବେ।  ଏହି ସମୟ ହିଁ ହେଉଛି ଟିକାର ତୃତୀୟ ଡୋଜ୍ ନେବାର ଠିକ ସମୟ।  ତେଣୁ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପରେ ଜଣେ ବୁଷ୍ଟର ଡୋଜ୍ ନେବା ଉଚିତ ।

ଟିକା ନେବା ପରେ ବି ଅନେକ ସଂକ୍ରମିତ ହେଉଥିବାରୁ ଏବେ ବୁଷ୍ଟର ଡୋଜ ଉପରେ ଗୁରୁତ୍ୱ ଦେବାକୁ ଅନେକ ବିଶେଷଜ୍ଞ ମତ ରଖିଲେଣି । କେତେକ ଦେଶରେ ଏହା ଆରମ୍ଭ ହେଲାଣି। ଭାରତରେ ଏ ନେଇ କିଛି ନିଷ୍ପତ୍ତି ହୋଇନି।