କରୋନା ମୃତୁ୍ୟସଂଖ୍ୟାକୁ ନେଇ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ତଥ୍ୟରେ ତାଳମେଳ ରହୁନାହିଁ

କରୋନା ମୃତୁ୍ୟସଂଖ୍ୟାକୁ ନେଇ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ତଥ୍ୟରେ ତାଳମେଳ ରହୁନାହିଁ

କରୋନା ମୃତୁ୍ୟସଂଖ୍ୟାକୁ ନେଇ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ତଥ୍ୟରେ ତାଳମେଳ ରହୁନାହିଁ
ଭୁବନେଶ୍ୱର/ନୟାଗଡ଼ : ରାଜ୍ୟରେ ଏବେ କରୋନା ସଂକ୍ରମଣ ହାର କମି କମି ଚାଲିଥିବା ବେଳେ ମୃତୁ୍ୟସଂଖ୍ୟା ୪୦/୪୫ରେ ସୀମିତ ରହିଛି । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଥିବା ବେଳେ ନୟାଗଡ଼ ଘଟଣା ଦ୍ୱନ୍ଦ୍ୱ ବଢ଼ାଇ ଦେଇଛି । କରୋନା ମୃତୁ୍ୟସଂଖ୍ୟାକୁ ନେଇ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ତଥ୍ୟରେ ତାଳମେଳ ରହୁନାହିଁ । କରୋନାର ଦ୍ୱିତୀୟ ଲହରରେ ନୟାଗଡ଼ ଜିଲ୍ଲାରେ ୯୬ ଜଣ ପ୍ରାଣ ହରାଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ରିପୋର୍ଟ ଦେଇଥିବା ବେଳେ ରାଜ୍ୟ ସରକାର ପକ୍ଷରୁ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ସେଥିରେ ୯ ମୃତୁ୍ୟ ଦର୍ଶାଯାଇଛି । କୋଭିଡ ହସ୍ପିଟାଲ ଗୁଡ଼ିକରେ ଯେତିକି ସଂଖ୍ୟକ ମୃତୁ୍ୟ ହେଉଛି ତାହାର ଯଥେଷ୍ଟ କମ୍ ମୃତୁ୍ୟ ସଂଖ୍ୟା ସରକାରୀ ଭାବେ ଘୋଷଣା କରାଯାଉଥିବା ବିଷୟ ସିଡିଏମ୍ଓଙ୍କ ରିପୋର୍ଟରୁ ସଙ୍କେତ ମିଳୁଛି । ଯଦି କୋଭିଡ ମୃତୁ୍ୟକୁ ଠିକ୍ ଭାବେ ଘୋଷଣା କରାନଯିବ, ତାହେଲେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ବିଭିନ୍ନ ସହାୟତା ରାଶି ମୃତକଙ୍କ ହିତାଧିକାରୀମାନେ ପାଇପାରିବେ ନାହିଁ ବୋଲି କୁହାଯାଉଛି ।