କରୋନାରେ ପୁରୁଷଙ୍କ ଅପେକ୍ଷା ମହିଳା ହୋଇଥାନ୍ତି ଅଧିକ ପ୍ରଭାବିତ
କରୋନାରେ ପୁରୁଷଙ୍କ ଅପେକ୍ଷା ମହିଳା ହୋଇଥାନ୍ତି ଅଧିକ ପ୍ରଭାବିତ
admin
Jun 1, 2021 - 11:39
Updated: Jun 1, 2021 - 11:39
ସାରା ବିଶ୍ୱ ଏବେ କରୋନା ମହାମାରୀ ସହିତ ଲଢ଼ାଇ ଚଳାଇଛି । ଏହି ଭାଇରସକୁ ଲଢ଼ିବା ପାଇଁ ଏପର୍ଯ୍ୟନ୍ତ ଭାକସିନ ବାହାରି ନାହିଁ । ବହୁ ଦେଶ ଭାକସିନ ପାଇଁ ପ୍ରସ୍ତୁତ ଚଳାଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ସଠିକ ପରିଣାମ ମିଳିପାରି ନାହିଁ । ତେବେ କରୋନାରୁ ସୁସ୍ଥ ହେବା ପରେ ରୋଗର ଲକ୍ଷଣ ବହୁଦିନ ଧରି ରହିଥାଏ । ବିଶେଷ କରି ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠାରେ କରୋନା ଲକ୍ଷଣ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି ।
ଆୟରଲାଣ୍ଡର ଡବଲିନ ସହରର ସେଣ୍ଟ ଜେମ୍ସ ହସ୍ପିଟାଲରେ ୧୨୮ କୋଭିଡ ପଜିଟିଭ ରୋଗୀଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ଏଥିରେ ଦେଖାଯାଇଥିଲା କି କରୋନାରୁ ଭଲ ହେବା ପରେ ମହିଳାଙ୍କ ଠାରେ କରୋନା ଲକ୍ଷଣ ଲମ୍ବା ସମୟ ପର୍ଯ୍ୟନ୍ତ ଦେଖାଯାଉଛି । କରୋନାରୁ ସୁସ୍ଥ ହେବାର ୧୦ ସପ୍ତାହ ପରେ ମଧ୍ୟ ମହିଳାଙ୍କୁ ଥକାପଣ ଅନୁଭବ ହେଉଛି । କାମ କରିବାକୁ ଇଚ୍ଛା ହେଉନାହିଁ । ସେହିପରି ସାର୍ସ ମହାମାରୀ ପୂର୍ବରୁ ମଧ୍ୟ ଏକ ଅଧ୍ୟୟନ କରାଯାଇଥିଲା । ସେଥିରେ ବି ମଧ୍ୟ ଦେଖାଯାଇଥିଲା ରୋଗ ଭଲ ହେବା ପରେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଥକାପଣ ଅନୁଭବ କରୁଥିଲେ । ତେଣୁ କରୋନାରୁ ସୁସ୍ଥ ହେବା ପରେ ନିଜର ଧ୍ୟାନ ରଖିବା ଦରକାର ।
ରୋଗ ଭଲ ହେବା ପରେ ଆରାମ କରିବା ଉଚିତ । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର । ଥରେ କରୋନା ହୋଇ ଭଲ ହୋଇଗଲେ ଦ୍ୱିତୀୟ ଥର ହେବନି ବୋଲି କିଛି ମାନେ ନାହିଁ । ତେଣୁ ସାବଧାନ ରହିବା ଦରକାର । ଏହି ରୋଗରେ ନିଜର ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଦରକାର । ଆରାମ କରିବା ଉଚିତ । ଏହା ସହିତ ନିଜ ଭୋଜନରେ ପୋଷକତତ୍ତ୍ୱକୁ ଅଧିକ ଧ୍ୟାନ ଦେବା ଦରକାର ।