କେବଳ ଚନ୍ଦା ଲୋକ ଖେଳିପାରିବେ ଏହି ଖେଳ
ଜାପାନ :ଚନ୍ଦାପଣକୁ ନେଇ ଆଉ ଏବେ ଲାଜ କରିବାର ନାହିଁଁ । ଏହାର ଏକ ପ୍ରମାଣ ହେଉଛି ଜାପାନରେ ଅନୁଷ୍ଠିତ ହେଉଥିବା ଏକ ନିଆରା ଟଗ ଅଫ୍ ୱାର ବା ରଶି ଟଣା ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଯଦିଓ କେଶ ଥିବା ବ୍ୟକ୍ତିମାନେ ଭାଗ ନେଇପାରିବେ କିନ୍ତୁ ଏଥିରେ ଚନ୍ଦା ଲୋକମାନଙ୍କର ରାଜୁତି ପରିଲକ୍ଷିତ ହୋଇଥାଏ। ଏଥିରେ ଦୁଇଜଣ ପ୍ରତିଯୋଗୀ ପରସ୍ପର ସମ୍ମୁଖରେ ବସନ୍ତି ଏବଂ ସେମାନଙ୍କ ମୁଣ୍ଡରେ ଏକ ରଶି ସହିତ ଯୋଡ଼ା ହୋଇଥିବା ସକ୍ସନ କପ୍ ଲଗାଇ ଦିଆଯାଇଥାଏ ।
ଉଭୟ ପ୍ରତିଯୋଗୀ ମୁଣ୍ଡ ସାହାର୍ଯ୍ୟରେ ରଶିଟାଣନ୍ତି । ଯାହା ମୁଣ୍ଡରୁ କପ ପ୍ରଥମେ ଖସେ ,ସେ ପରାସ୍ତ ହୁଅନ୍ତି । ଚିକ୍କଣ ଓ ସମତଳ ଚନ୍ଦାମୁଣ୍ଡରେ ସକ୍ସନ କପ ଶକ୍ତ ଭାବେ ଲାଗି ରହୁଥିବାରୁ ଏହା କେବଳ ଚନ୍ଦାମାନଙ୍କ ଖେଳରେ ପରିଣତ ହୋଇଯାଇଛି । ସୁରୁଟା ନାମକ ଜାପାନୀ ସହରରେ ୧୯୮୯ ରୁ ଏହି ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଆସୁଛି । ଏହାର ପ୍ରସିଦ୍ଧି ଦୃଷ୍ଟିରୁ ପ୍ରତିଯୋଗିତାର ନାମ ଜାତୀୟ ସକର୍ ଟଗ୍ ଅଫ୍ ୱାର ଟୁର୍ଣ୍ଣାମେଂଟ କୁ ପରିବର୍ତ୍ତନ କରାଯାଇଥିଲା ।




admin 