ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା: ପ୍ରିୟଙ୍କା ଚୋପ୍ରା

ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା: ପ୍ରିୟଙ୍କା ଚୋପ୍ରା

ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା: ପ୍ରିୟଙ୍କା ଚୋପ୍ରା
ୱାଶିଂଟନ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ରାଜନୈତିକ ଅଭିଳାଷ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ସ୍ୱାମୀ ନିକ ଜୋନସଙ୍କୁ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପରାମର୍ଶ ଦେବା ସହ ନିଜେ ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଚୁକ ବୋଲି କହିଛନ୍ତି । ପେସାଦାର ଜୀବନରେ ପ୍ରିୟଙ୍କାଙ୍କର ବିଭିନ୍ନ ଉଚ୍ଚାଭିଳାଷ ସମ୍ପର୍କରେ ଅନେକ ସମୟରେ ଆଲୋଚନା ହୋଇଥାଏ । ତାଙ୍କର ଅନେକ ଅଭିଳାଷ ଚରିତାର୍ଥ ମଧ୍ୟ ହୋଇଛି, ହେଲେ ରାଜନୈତିକ ଅଭିଳାଷ କେବେ ପଦାକୁ ଆସି ନଥିଲା । ଆମେରିକାର ପ୍ରସିଦ୍ଧ ପତ୍ରିକା ସଣ୍ଡେ ଟାଇମ୍ସଙ୍କୁ ପ୍ରିୟଙ୍କା କହିଛନ୍ତି ଯେ ସେ ବୃତିଗତ ଜୀବନରେ ପରିବର୍ତନ ଆବଶ୍ୟକ, ତେଣୁ ମୁଁ ଏଭଳି ଇଚ୍ଛା ବ୍ୟକ୍ତ କରୁଛି । ଏହା ପଛରେ କୌଣସି ଅଭିସନ୍ଧୀ ନାହିଁ । ମାନବବାଦର ଜୟଗାନ କରିବାକୁ ସର୍ବଦା ଭଲ ଲାଗେ । ସେଥିପାଇଁ ଜୀବନ ସାରା ରାଜନୀତି ବାହାରେ ରହିଆସିଛି । ଉଲ୍ଲେଖଯୋଗ୍ୟ ଯେ ୩୬ ବର୍ଷୀୟା ପ୍ରିୟଙ୍କା ୨୦୧୭ରେ ଫର୍ବସ ପ୍ରତିକା ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲେ । ସମାଜସେବା କାର୍ଯ୍ୟ ପାଇଁ ପ୍ରସିଦ୍ଧ ଏହି ଅଭିନେତ୍ରୀ ୟୁନିସେଫର ସଦିଚ୍ଛା ଦୂତ ଭାବେ ନାରୀ ଶିକ୍ଷା ଓ ନାରୀ ଅଧିକାର କ୍ଷେତ୍ରରେ ବିଶେଷ ଅବଦାନ ରଖିଛନ୍ତି ।