ଖୋର୍ଦ୍ଧାରେ ବାଣ ବିସ୍ଫୋରଣ
ଖୋର୍ଦ୍ଧା: ଘର ଭିତରେ ବାଣ ବିସ୍ଫୋରଣ । ଆଉ ଏଥିରେ ୪ ଜଣ ଆହତ ହୋଇଥିବା ଜଣାଯାଇଛି । ଟାଙ୍ଗୀ ଥାନା ଭୂଷଣ୍ଡପୁର ଗ୍ରାମରେ ଏହି ବାଣ ବିସ୍ଫୋରଣ ଘଟିଛି । ଦୋଳ ଉତ୍ସବ ପାଇଁ ବାଣ ପ୍ରସ୍ତୁତିବେଳେ ଏହି ଅଘଟଣା ଘଟିଛି । ଦିନ ୧୧.୩୦ରେ ଏହି ଅଘଟଣା ଘଟିଛି । ଶେଷ ଖବର ସୁଦ୍ଧା ଘର ଭିତରେ ଏବେ ବି ବାଣ ବିସ୍ଫେରଣ ହେଉଥିବାବେଳେ ଘର ଭିତରେ ୪ ଜଣ ଫସି ରହିଛି । ଏତେ ଜୋରରେ ବାଣ ବିସ୍ଫୋରଣ ଘଟୁଛି ଯେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ସମ୍ଭବପର ହେଉନାହିଁ । ଏନେଇ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛନ୍ତି ।




admin 