ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜନ୍ମଦିନ

ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜନ୍ମଦିନ

ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜନ୍ମଦିନ
ନୂଆଦିଲ୍ଳୀ: ଆଜି ହେଉଛି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜନ୍ମଦିନ। ୭୪ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଭାରତର ୧୪ ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜନ୍ମ ୧୯୪୫ ଅକ୍ଟୋବର ୧ରେ ଉତ୍ତରପ୍ରଦେଶରେ ହୋଇଥିଲା। ରାଷ୍ଟ୍ରପତିଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡ଼ିତ କିଛି ଅଜଣା କଥା। ସକାଳ ୫ରେ ଶଯ୍ୟା ତ୍ୟାଗ କରନ୍ତି ରାଷ୍ଟ୍ରପତି କୋବିନ୍ଦ। କିଛି ସମୟ ଯୋଗ କରିବା ପରେ ପ୍ରାତଃ ଭ୍ରମଣରେ ବହାରି ପଡ଼ନ୍ତି ସେ। ସେଠାରେ ସାଧାରଣ ଲୋକଙ୍କ ସହ କିଛି ବାର୍ତ୍ତାଳାପ କରି ଫେରିବା ପରେ ସକାଳ ୧୦ରେ ରାଷ୍ଟ୍ରପତି ଭବନ ଅଭିମୁଖେ ଯତ୍ରା ଆରମ୍ଭ କରନ୍ତି। ସେଠାରେ କିଛି ସମୟ ବାହାରେ ରହି ତାଙ୍କୁ ସାକ୍ଷାତ କରିବାକୁ ଆସିଥିବା ଲୋକମାନଙ୍କ ସହ ଆଲୋଚନା ମଧ୍ୟ କରନ୍ତି ରାମାନାଥ କୋବିନ୍ଦ। ସମ୍ପୂର୍ଣ୍ଣ ଶାକାହାରୀ ଭକ୍ଷଣ କରନ୍ତି। ବିନା ମସଲା ଏବଂ କମ୍ ତେଲରେ ପ୍ରସ୍ତୁତ ଖାଦ୍ୟ ଭୋଜନ କରନ୍ତି ରାଷ୍ଟ୍ରପତି କୋବିନ୍ଦ। ଗ୍ରୀନ ଟି, ଛାଚ୍‌ (ବିନା ଚିନି) ପାନ କରନ୍ତି। ମହାପୁରୁଷମାନଙ୍କ ଜୀବନି ପଢିବା ପାଇଁ ସେ ଖୁବ୍‌ ଭଲପାଆନ୍ତି।