ଏହି ସବୁ ଖାଦ୍ୟ ଖାଇଲେ ହେବ ଉତ୍ତମ ନିଦ୍ରା
ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯେପରି ଭଲ ଖାଇବା ଜରୁରୀ, ସେପରି ଭଲ ନିଦ ବି ଜରୁରୀ ହୋଇଥାଏ। ଭଲ ନିଦ ନହେବାରୁ ଅନେକ ରୋଗର ସାମ୍ନା କରିବାକୁ ପଡ଼ିଥାଏ। ଉତ୍ତମ ନିଦ୍ରା ହିଁ ଉତ୍ତମ ସ୍ବାସ୍ଥ୍ୟର ମାପକାଠି । ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ରାତିରେ ଖୁବ୍ କଷ୍ଟରେ ନିଦ ଆସିଥାଏ। ଭଲ ନିଦ ନହେବାରୁ ଓଜନ ବୃଦ୍ଧି ହୋଇଥାଏ, ଯାହାକି ଅନେକ ଶାରୀରିକ ସମସ୍ୟାର କାରଣ ହୁଏ।
ଡାକ୍ତରମାନେ ପରାମର୍ଶ ଦିଅନ୍ତି ଯେ ବ୍ୟକ୍ତି ଦିନକୁ ୭ରୁ ୮ ଘଣ୍ଟା ନିଶ୍ଚୟ ଶୋଇବା ଉଚିତ। ଯଦି ଆପଣଙ୍କୁ ରାତିରେ ସହଜରେ ନିଦ ଆସୁନାହିଁ ବା ମଝିରେ ମଝିରେ ଆପଣଙ୍କ ନିଦ ଭାଙ୍ଗି ଯାଉଛି ତ ଆମେ ଆପଣଙ୍କୁ ଏପରି କିଛି ଖାଦ୍ୟ ଓ ପାନୀୟ ବିଷୟରେ କହିବୁ ଯାହା ଉତ୍ତମ ନିଦ୍ରା କରାଇଥାଏ।
ବାଦାମ, ଆଲମଣ୍ଡ୍ ଓ କାଜୁ ଆଦି ଖାଇବା ଦ୍ବାରା ନିଦ୍ରାହୀନତା ସମସ୍ୟା ଦୂର ହୋଇଥାଏ। ଏଥିରେ ଅନେକ ଧରଣର ଜରୁରୀ ଭିଟାମିନ୍ ଓ ମିନେରାଲ୍ସ ରହିଥାଏ। ଏହାକୁ ଦୈନନ୍ଦିନ ଖାଇବା ଶରୀର ପକ୍ଷେ ଖୁବ୍ ଭଲ ହୋଇଥାଏ।
ନିଦ କରାଇବା ପରି ଆଉ ଏକ ଖାଦ୍ୟ ହେଉଛି ଭାତ। ଅନେକ ଲୋକ ଦିନ ବେଳେ ଭାତ ଖାଇଥାନ୍ତି। ମାତ୍ର ଆପଣଙ୍କର ଯଦି ନିଦ ନହେବା ପରି ସମସ୍ୟା ଅଛି ତ ଆପଣ ରାତି ସମୟରେ ଶୋଇବା ଆଗରୁ ଭାତ ଖାଇ ଶୁଅନ୍ତୁ, ନିଦ ଭଲ ହେବ।
ନିଦ କରାଉଥିବା ଖାଦ୍ୟ ମଧ୍ୟରେ ଚେରି ଅନ୍ୟତମ। ଗବେଷକମାନେ କହନ୍ତି ଯେ ଚେରି ଖାଇବା ଦ୍ବାରା ନିଦ ଭଲ ହୋଇଥାଏ। ଏହାଛଡ଼ା ରାତିରେ ଶୋଇବା ଆଗରୁ କ୍ଷୀର ପିଇ ଶୋଇବା ମଧ୍ୟ ଖୁବ୍ ଭଲ।




admin 