ମା’କୁ ହାଣିଲା କୁଳାଙ୍ଗାର ପୁଅ
ବିଞ୍ଝାରପୁର: ନିଜ ଜନ୍ମକଲା ମା’ କୁ ହତ୍ୟା କଲା ପୁଅ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ନିକଟ ବିନ୍ଧାଣି ସାହିରେ ଏଭଳି ଘଟିଛି । ମୄତକ ଜଣକ ହେଉଛନ୍ତି ସୁଖଦେବ ଓଝାଙ୍କ ପତ୍ନୀ ପ୍ରେମଲତା ଓଝା । ଅଭିଯୁକ୍ତ ପୁଅ ଗୋପାଳ ଓଝା ଏକ ଧାରୁଆ କଟୁରିରେ ପ୍ରେମଲତାଙ୍କୁ ହତ୍ୟା କରିଛନ୍ତି ।
ତେବେ ପାରିବାରିକ ହତ୍ୟାରୁ ହତ୍ୟା କରିଥିବା ଅନୁମାନ କରାଯାଉଛି । ଖବର ପାଇଁ ବିଞ୍ଝାରପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଗୋପାଳ ଫେରାର ହୋଇଯାଇଛି ।




admin 