ଏହି କାରଣରୁ ଜାରି ହେଲା ଅମିଶାଙ୍କ ବିରୋଧରେ ଗିରଫ ପରୱାନା
ଏହି କାରଣରୁ ଜାରି ହେଲା ଅମିଶାଙ୍କ ବିରୋଧରେ ଗିରଫ ପରୱାନା
ଭୋପାଳ : ଭୋପାଳର ଏକ ଅଦାଲତ ଅଭିନେତ୍ରୀ ଅମିଶା ପଟେଲଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି । ଏକ ଚେକ ବାଉନ୍ସ ମାମଲାରେ ଭୋପାଳର ଜିଲ୍ଲା କୋର୍ଟ ଅମିଶାଙ୍କ ବିରୋଧରେ ଏହି ଜାମିନଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି । ୩୨.୨୫ ଲକ୍ଷ ଟଙ୍କାର ଚେକ ବାଉନ୍ସ ପାଇଁ ତାଙ୍କ ବିରୋଧରେ ଏହି ୱାରେଣ୍ଟ ଜାରି ହୋଇଛି । ୟୁଟିଏଫ ଟେଲିଫିଲ୍ମସ ପ୍ରାଇଭେଟ ଲିମିଟେଡ ଦ୍ୱାରା ଏହି ମାମଲା ରୁଜୁ ହୋଇଛି । ଆସନ୍ତା ୪ ତାରିଖରେ ଉକ୍ତ ମାମଲାରେ ଶୁଣାଣି ହେବ । ଶୁଣାଣି ସମୟରେ ଅମିଶା ହାଜର ହେବାପାଇଁ କୋର୍ଟ କହିଛନ୍ତି । ୟୁଟିଏଫ ଟେଲିଫିଲ୍ମସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଆଇନଜୀବୀ ରବି ପନ୍ଥ କୋର୍ଟରେ ହାଜର ହୋଇ କହିଛନ୍ତି, ଅମିଶା ଏବଂ ତାଙ୍କ କମ୍ପାନି ଏକ ଫିଲ୍ମ ନିର୍ମାଣ ପାଇଁ ୟୁଟିଏଫ ଟେଲିଫିଲମ୍ସ ଲିମିଟେଡରୁ ୩୨.୨୫ ଲକ୍ଷ ଟଙ୍କା ଧାର ନେଇଥିଲେ । ଏହି ଟଙ୍କା ଫେରାଇବାପାଇଁ ସେ କମ୍ପାନିକୁ ୨ଟି ଚେକ ଦେଇଥିଲେ । କିନ୍ତୁ ଏହା ବାଉନ୍ସ ହୋଇଛି । ୧୦ ଲକ୍ଷ ଟଙ୍କାର ଅନ୍ୟ ଏକ ଚେକ ବାଉନ୍ସ ମାମଲାରେ ବି ଅମିଶାଙ୍କ ବିରୋଧରେ ଇନେ୍ଦାରରେ ଅନ୍ୟ ଏକ ମାମଲା ରହିଛି ।




admin 