କଙ୍ଗନାଙ୍କୁ ହତ୍ୟା ଧମକ, ମାମଲା ରୁଜୁ

କଙ୍ଗନାଙ୍କୁ ହତ୍ୟା ଧମକ, ମାମଲା ରୁଜୁ

କଙ୍ଗନାଙ୍କୁ ହତ୍ୟା ଧମକ, ମାମଲା ରୁଜୁ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ନିକଟରେ ଦେଇଥିବା ‘ଖଲିସ୍ତାନୀ ଆତଙ୍କବାଦୀ’ ଟିପ୍ପଣୀ ପାଇଁ ତାଙ୍କୁ ହତ୍ୟା ଧମକ ମିଳିଥିବାରୁ ସେ ଏତଲା ରୁଜୁ କରିଛନ୍ତି । କଙ୍ଗନା କହିଛନ୍ତି ଯଦି ତାଙ୍କ ସହ କିଛି ଘଟିବ ତେବେ ଘୃଣ୍ୟ ରାଜନୀତି କରୁଥିବା ଲୋକମାନେ ଏଥିପାଇଁ ମୁଖ୍ୟତଃ ଦାୟୀ ରହିବେ । କଙ୍ଗନାଙ୍କୁ ଯେଉଁମାନେ ଧମକ ଦେଇଛନ୍ତି ସେମାନଙ୍କ ବିରୋଧରେ କଙ୍ଗନା ଏତଲା ରୁଜୁ କରିଛନ୍ତି । ପଞ୍ଜାବ ସରକାର ଏ ଦିଗରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଅନୁରୋଧ କରିଛନ୍ତି । କଙ୍ଗନା କହିଛନ୍ତି, ଖଲିସ୍ତାନୀ ଆତଙ୍କବାଦୀ ଟିପ୍ପଣୀ ପାଇଁ ତାଙ୍କୁ ବାରମ୍ବାର ଧମକ ମିଳୁଛି । ଭଟିଣ୍ଡାରେ ଜଣେ ବ୍ୟକ୍ତି ହତ୍ୟା କରିବା ପାଇଁ ଖୋଲାଖୋଲି ଧମକ ଦେଉଛନ୍ତି । ତେବେ ମୁଁ ଏଭଳି ଧମକକୁ ଭୟ କରୁନି ବୋଲି କଙ୍ଗନା କହିଛନ୍ତି । ଦେଶ ବିରୋଧରେ ଯେଉଁମାନେ ଷଡଯନ୍ତ୍ର କରୁଛନ୍ତି ମୁଁ ସେମାନଙ୍କୁ ବିରୋଧରେ କହିଛି ଏବଂ ଆଗକୁ ମଧ୍ୟ କହିବି ବୋଲି କଙ୍ଗନା କହିଛନ୍ତି ।