ଏହି କାରଣରୁ ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା
ଏହି କାରଣରୁ ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା
କଟକ : ଡିସେମ୍ବର ଶେଷ ସପ୍ତାହରେ ବଡ଼ଦିନ ଛୁଟି ରହୁଥିବାରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଥମ ସମେଟିଭ୍ ଆସେସମେଣ୍ଟ (ଏସଏ-୧) ପରୀକ୍ଷା ୨୦୨୨ ଜାନୁଆରି ୫ତାରିଖରୁ ଆରମ୍ଭ ହେବ । ପୂର୍ବରୁ ଦଶମ ଶ୍ରେଣୀ ଏସଏ-୧ ଡିସେମ୍ବର ୨୬ ତାରିଖରୁ କରାଯିବାକୁ ବୋର୍ଡ ପକ୍ଷରୁ ପରୀକ୍ଷାସୂଚୀ ପ୍ରକାଶ ପାଇଥିଲା । କିନ୍ତୁ ଡିସେମ୍ବର ଶେଷ ସପ୍ତାହରେ ବଡ଼ଦିନ ଛୁଟି ରହୁଥିବାରୁ ପରୀକ୍ଷା ପରିଚାଳନାକୁ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରତିବାଦ ହୋଇଥିଲା । ଏଥିପାଇଁ ଏସଏ-୧ ପରୀକ୍ଷାକୁ ଡିସେମ୍ବର ୨୬ ପରିବର୍ତ୍ତେ ୨୦୨୨ ଜାନୁଆରି ୫ତାରିଖରୁ କରିବାକୁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏସଏ-୧ର ନୂତନ କାର୍ୟ୍ୟସୂଚୀ ଅନୁସାରେ, ଜାନୁଆରି ୫ ତାରିଖ ବୁଧବାର ପ୍ରଥମ ସିଟିଂରେ ପ୍ରଥମ ଭାଷା(ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଧୁ, ତେଲୁଗୁ), ଦ୍ୱିତୀୟ ସିଟିଂରେ ଗଣିତ ପରୀକ୍ଷା ହେବ । ସେହିପରି ଜାନୁଆରି ୬ତାରିଖ ଗୁରୁବାର ପ୍ରଥମ ସିଟିଂରେ ସାମାଜିକ ବିଜ୍ଞାନ, ଦ୍ୱିତୀୟ ସିଟିଂରେ ଦ୍ୱିତୀୟ ଭାଷା (ଇଂରାଜୀ, ହିନ୍ଦୀ, ମୁକବଧିର ପିଲାଙ୍କ ପାଇଁ ପରିବେଶ ଓ ଜନସଂଖ୍ୟା ଶିକ୍ଷା), ଜାନୁଆରି ୭ତାରିଖ ଶୁକ୍ରବାର ପ୍ରଥମ ସିଟିଂରେ ବିଜ୍ଞାନ, ଦ୍ୱିତୀୟ ସିଟିଂରେ ତୃତୀୟ ଭାଷା (ସଂସ୍କୃତ, ହିନ୍ଦୀ, ଓଡ଼ିଆ, ପାର୍ସି), ୮ ତାରିଖ ଶନିବାର ଟିଏଲଭି ପ୍ରାକ୍ଟିକାଲ ପରୀକ୍ଷା କରାଯିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଦଶମ ଶ୍ରେଣୀ ମଧ୍ୟମା (ସଂସ୍କୃତ ଟୋଲ)ଙ୍କ ଏସଏ-୧ ପରୀକ୍ଷା ମଧ୍ୟ ଜାନୁ୍ଆରି ୫ତାରିଖରୁ ଆରମ୍ଭ ହୋଇ ଜାନୁ୍ଆରି ୮ତାରିଖ ପର୍ୟ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।




admin 