ଏମଏସପିରେ ଲାଭବାନ ହେବେନି ଓଡ଼ିଶା ଚାଷୀ ଜାଣନ୍ତୁ କିଏ କହିଲେ ଏମିତି

ଏମଏସପିରେ ଲାଭବାନ ହେବେନି ଓଡ଼ିଶା ଚାଷୀ ଜାଣନ୍ତୁ କିଏ କହିଲେ ଏମିତି

ଏମଏସପିରେ ଲାଭବାନ ହେବେନି ଓଡ଼ିଶା ଚାଷୀ ଜାଣନ୍ତୁ କିଏ କହିଲେ ଏମିତି

ନୂଆଦିଲ୍ଲୀ : ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବ୍ୟବସ୍ଥାରେ ଓଡ଼ିଶାର ଗରିବ ଚାଷୀମାନେ ଲାଭବାନ ହେବେନାହିଁ । ଏହି ବ୍ୟବସ୍ଥାଷ ଦ୍ୱାରା କେବଳ ପଞ୍ଜାବ ଓ ହରିଆଣା ଭଳି ରାଜ୍ୟର ଚାଷୀ ଲାଭବାନ ହେବେ ବୋଲି ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିୟା କହିଛନ୍ତି । ଇଂରାଜି ସମ୍ବାଦପତ୍ର ଟାଇମସ ଅଫ୍ ଇଣ୍ଡିଆରେ ଏକ ନିବନ୍ଧ ଲେଖି ସେ ଜଣାଇଛନ୍ତି ଯେ ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଯେଉଁ ଧାନ ଏବଂ ଗହମ ସରକାର ସଂଗ୍ରହ କରୁଛନ୍ତି ତାହା ଟିକସଦାତାଙ୍କ ସହାୟତାରେ ହେଉଛି । ଏଥିଯୋଗୁ ପଂଜାବ ଓ ହରିୟାଣାର ଚାଷୀମାନେ ଭଲ ଆୟ ପାଇ ପାରୁଛନ୍ତି । କିନ୍ତୁ ଓଡ଼ିଶା ଏବଂ ବିହାର ଭଳି ଗରିବ ରାଜ୍ୟ, ଯେଉଁଠି ଏମଏସପିରେ ପର୍ୟ୍ୟାପ୍ତ ମାତ୍ରାରେ ଖାଦ୍ୟ ସଂଗ୍ରହ କରାଯାଉ ନାହିଁ ସେଠାରେ କ’ଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏକ ସୂଚନା ଅନୁଯାୟୀ ଦେଶର ମାତ୍ର ୧୨% ଚାଷୀଙ୍କୁ ୨୦୧୮-୧୯ରେ ଏମଏସପି ସାହାଯ୍ୟ କରିଥିଲା । ସରକାର ବା ଏଫସିଆଇ ପଞ୍ଜାବ ଓ ହରିୟାଣାରେ ଉତ୍ପାଦନ ହେଉଥିବା ଚାଉଳର ୯୦% ଏମଏସପିରେ ସଂଗ୍ରହ କରନ୍ତି । ଅଧିକ ଧାନ ଉତ୍ପାଦନ କରୁଥିବା ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରେ ଉତ୍ପାଦିତ ଧାନର ମାତ୍ର ପ୍ରାୟ ୨୦% ସରକାର ସଂଗ୍ରହ କରନ୍ତି । ପଂଜାବରେ ୯୫% ଚାଷୀ ଏମଏସପିରେ ଧାନ ବିକନ୍ତି, ହରିୟାଣାରେ ୭୦% ଓ ଓଡ଼ିଶାରେ ୨୦.୬% ଚାଷୀ ଏମଏସପିର ଲାଭ ନିଅନ୍ତି । ଓଡ଼ିଶା ୨୦୨୦-୨୧ରେ ଖରିଫ ଓ ରବି ଋତୁରେ ମୋଟ ୭୧ ଲକ୍ଷ ଟନ ଧାନ ସଂଗ୍ରହ ଲକ୍ଷ୍ୟ ରଖିଛି । ସାଧାରଣ ଧାନ ପାଇଁ କ୍ୱିଣ୍ଟାଲ ପିଛା ଏମଏସପି ୧୮୬୮ ଟଙ୍କା ରହିଛି । ଗ୍ରେଡ-ଏ ଧାନ ପାଇଁ ୧୮୮୮ ଟଙ୍କା । ଏଫସିଆଇ ହିସାବରେ ରାଜ୍ୟର ମୁଖ୍ୟ ଧାନ ଉତ୍ପାଦନକାରୀ ଜିଲ୍ଲା ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, କଳାହାଣ୍ଡି, ବାଲେଶ୍ୱର, ଭଦ୍ରକ ଓ ଗଂଜାମ । ୩୦ ଜିଲ୍ଲାରୁ ୧୪ଟି ଜିଲ୍ଲା ବଳକା ଧାନ ଉତ୍ପାଦନ କରନ୍ତି । ସେଗୁଡ଼ିକ ହେଲା ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡା, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଂଜାମ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ ଓ ନୟାଗଡ଼ ।